ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗା ପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା,ସିପାଞ୍ଜିରୀ, ପାଦେରୀପଡା,ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଶୁକ୍ରବାର ର ପ୍ରଥମ ମ୍ୟାଚ ପାଦେରୀପଡା ବନାମ ବାଲିସୁଗା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୪-୩ ଗୋଲ ରେ ପାଦେରୀପଡା ଦଳ ବିଜୟୀ ହୋଇଥିଲା l ଦ୍ୱିତୀୟ ମ୍ୟାଚ ମଧ୍ୟ ସେହିପରି ପେନାଲଟିକ ସୁଟ ଜରିଆରେ ସୀତାପଡି ବନାମ ସୁଣ୍ଡରୁମିଲା ମଧ୍ୟରେ ଅନୁଷ୍ଠିତ ହୋଇ ୩-୨ ଗୋଲ ରେ ସୁଣ୍ଡରୁମିଲା ଦଳ ବିଜୟୀ ହୋଇଥିଲା l ଏଥିରେ ରେଫେରୀ ଭାବେ ଶମ୍ଭୁନାଥ ମଲିକ, ତ୍ରିନାଥ ମଲିକ, ଟାର୍ଜନ ଦିଗାଳ, ଓ ସଞ୍ଜୟ ବେହେରା ଉପସ୍ଥିତ ରହି ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଇଲିଆସ ଦିଗାଳ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ସୂର୍ଯ୍ୟ ନାରାୟଣ ସୁଆର, ସୌମ୍ୟ ରଞ୍ଜନ ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଶନିବାର ର ପ୍ରଥମ ମ୍ୟାଚ ଡୋପାସାହି ସହ ସିନ୍ଦ୍ରିଗାଁ ଏବଂ ଦ୍ୱିତୀୟ ମ୍ୟାଚ ବାଲିସୁଗା ସହ ପାକୁଲଦା ଗ୍ରାମର ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ l

Leave a Reply

Your email address will not be published. Required fields are marked *