ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଧର୍ଯ୍ୟ ଏବଂ ସାହସ ଥିଲେ, ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ | ଆଜି ସକାଳେ ଏପରି ଏକ ଲୋମଟାଙ୍କୁରା ଅଭାବନୀୟ ଘଟଣା ଘଟି ଯାଇଛି ଡମପଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଂଚାୟତରେ ଅଗଷ୍ଟ ମାସ 24 ତାରିଖ ଦିନ | 13 ବର୍ଷର ବାଳକ ଯିଏ ସ୍ଥାନୀୟ ପାଟପୁରସ୍ଥ ସିଂହନାଥ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସୁମନ ବେହେରା ସାଙ୍ଗସାଥୀଙ୍କ ସହିତ ପ୍ରାତଃ ଶୌଚ ପାଇଁ ପାଖରେ ଥିବା ରଣନଦୀ ପଠାକୁ ଯାଇଥିଲେ |ହଠାତ ସେହିଁ ସମୟରେ ବୁଦାରେ ଲୁଚିଥିବା ଏକ ହିଂସ୍ର ବାରହା ପଚ୍ଛପଟୁ ସୁମନଙ୍କ ଉପରକୁ କୁଦା ମାରିଥିଲା | ଭୟରେ ଅନ୍ୟ ପିଲାମାନେ ଦୌଡ଼ିଥିବା ବେଳେ ପ୍ରାୟ ଏକ ଘଣ୍ଟା ଧରି କେନାଲ ପାଣି ଭିତରେ ସାହସର ସହିତ ବାରହାକୁ ପରାସ୍ତ କରି ନିଜ କାବୁରେ ରଖିଥିଲେ ସୁମନ | ପରେ ବାଙ୍କୀ ଦମକଳ ବିଭାଗ ଏବଂ ଡମପଡା ଜଙ୍ଗଲ ବିଭାଗ ପହଂଚି ବାରହାକୁ ନିଜ ନିୟନ୍ତ୍ରଣକୁ ନେଇ ପରବର୍ତ୍ତୀ ସମୟରେ ବାରହାକୁ ଜଙ୍ଗଲରେ ଛଡା ଯାଇଛି |ସୁମନ ବେହେରାକୁ ବାଙ୍କୀ ଉପଖଣ୍ଡ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଛି |ବାରହା ଆକ୍ରମଣ ପାଇଁ ସୁମନ ଙ୍କ ଦେହ ମୁଣ୍ଡ ହାତରେ ସବୁ ଷ୍ଟିଚ ପଡିଛି |ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ | କିଛିଦିନ ଏହି ମେଧାବୀ ଗରିବ ସୁମନ ବେହରା ର ଟିୟୁସନ ସ୍କୁଲ ବନ୍ଦ ରହିବ | ବିଭିନ୍ନ ମହଲରୁ ଛୋଟ ପିଲା ସୁମନକୁ ପ୍ରଶଂସାର ଶୁଅ ଛୁଟିଛି | ନା ବାଳକ ପିଲାଟିକୁ ସରକାରଙ୍କ ତରଫରୁ ସାହାସିକତା ପୁରସ୍କାର ଦେବାପାଇଁ ସାମାଜିକ କର୍ମି ତଥା ବାଙ୍କୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ କହିଛନ୍ତ | ଗ୍ରାମାଞ୍ଚଳ ରେ ବହୁତ ସଂଖକ ବାରହା ହେଲେଣି ତେଣୁ ଡମପଡା ଜଙ୍ଗଲ ବିଭାଗ ଓ ଶିଶୁଆ ବନ ବିଭାଗର ବନପାଳଙ୍କୁ ମଧ୍ୟ ନିରଞ୍ଜନ ଉପାଧ୍ୟାୟ ଅନୁରୋଧ କରିଛନ୍ତି ଯେ ବାରହା ଗୁଡିକୁ ସ୍ଥାନୀୟ ଚନ୍ଦକା ଜଙ୍ଗଲକୁ ପଠାଇବାର ବ୍ୟବସ୍ଥା କରାଯାଉ |


