ଶ୍ରୀ ଶ୍ରୀ ୧୦୮ ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ୧୪୭ ତମ ଜନ୍ମ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ଶ୍ରୀ ୧୦୮ ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ୧୪୭ ତମ ଜନ୍ମ ଉତ୍ସବ ରାକ୍ଷୀ ପୂର୍ଣ୍ଣିମା ତିଥିରେ ପାଳିତ ହୋଇ ଯାଇଛି।ପ୍ରାତଃ ଠାକୁରଙ୍କର ନିରାଜନା,ମଙ୍ଗଳ ଆଳତୀ କରାଯାଇ ଥିଲା।ସ୍ତୋତ୍ର ବନ୍ଦନା ଶାନ୍ତି ପାଠ, ଭଗବତ ଗୀତା, ଗୁରୁଗୀତା ପାଠ , ସଂଘ ସେବକ ପୁସ୍ତକ ପାଠ କରାଯାଇ ପ୍ରଥମ ଅଧିବେଶନ ସମାପ୍ତ ହୁଏ। ପ୍ରତୀକ୍ଷା ସଙ୍ଗୀତ ଗାନ ପରେ ପରଦା ଉନ୍ମୋଚନ କରାଯାଇ ଠାକୁରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୁଏ।ଏହି କାର୍ଯ୍ୟକ୍ରମ ସଙ୍ଘର ସଭାପତି ରାଧାଶ୍ୟାମ ସାଆନ୍ତ ଜେନା ଭାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିବା ଠାକୁରଙ୍କ ଗ୍ରନ୍ଥ ପାଠ କରାଯାଇ ତା ଉପରେ ଆଲୋଚନା କରାଯାଇଥିଲା।ଏହି ଅଧିବେଶନରେ ବହୁ ମାଆ ଓ ଭାଇ ଯୋଗ ଦେଇଥିଲେଭକ୍ତି ସଙ୍ଗୀତ ମାଆମାନେ ପରିବେଷଣ କରିଥିଲେ । ଗୋପାଳ ପଟ୍ଟନାୟକ ଭାଇ, ଆଚାର୍ଯ୍ୟ ଭାବବିନିମୟ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ବହୁ ସଂଖ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧାରଣ ଯୋଗ ଦେଇ ଥିଲେ। ସମସ୍ତ ମାଆ ଓ ଭାଇ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ରୂପାୟିତ ହୋଇଥିଲା ।

Leave a Reply

Your email address will not be published. Required fields are marked *