ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଯାଇଛି । ହୁତୁହୁତୁ ହୋଇ ଜଳି ଗଲା କମ୍ପ୍ୟୁଟର ପ୍ରକୋଷ୍ଠ , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେବି , କାର୍ଯ୍ୟାଳୟର ବହୁ ସାମଗ୍ରୀ , କମ୍ପ୍ୟୁଟର , କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି ।


