ବାଙ୍କୀ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ! ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦ କାର୍ଯ୍ୟାଳୟ ରେ ଆୟୋଜିତ ଷାଠିଏ ତମ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ! ମୁଖ୍ୟ ବକ୍ତା ଭାବରେ ବାଙ୍କୀ ଉପଜିଲ୍ଲାପାଳ ମନୋସ୍ୱିନୀ ଦାସ, ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, ପରିଷଦ ର ସମସ୍ତ କାଉନସିଲର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ! ଶେଷରେ କାଉନସିଲର ସନାତନ ବେହେରା ଧନ୍ୟବାଦ ଦେଇଥିଲେ !

ବାଙ୍କୀ ଏନଏସି କୁ ଷାଠିଏ ବର୍ଷ ପୁରିଲା , ସରକାରୀ ଭାଷାରେ ଏବେ ବାଙ୍କୀ ଏନଏସି ଭତ୍ତା ପାଇବା ଯୋଗ୍ୟ ହେଲା ! ତେବେ ଛ ଦଶନ୍ଧି ପରେ ସୁଦ୍ଧା ବାଙ୍କୀ ବାସୀଙ୍କର ବହୁ ମୌଳିକ ଆବଶ୍ୟକତା ଏବେ ଅପହଞ୍ଚ ! ନା ଅଛି ସଂପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ନା ସବୁ ୱାର୍ଡ ରେ ମିଳୁଛି ବିଶୁଦ୍ଧ ପାନୀୟ ଜଳ ! ସାମାନ୍ୟ ବର୍ଷାରେ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି , ବହୁ ସ୍ଥାନରେ ଡ୍ରେନେଜ ବ୍ଲକ ହୋଇ ରହିଛି , ସବୁଠାରୁ ଯାହା ବଡ ସମସ୍ୟା ତାହା ହେଉଛି ବସଷ୍ଟାଣ୍ଡ ! ବିଧାୟକ କହୁଛନ୍ତି ଜାଗା ଅଭାବରୁ ନିର୍ମାଣ ହୋଇ ପାରୁନି ବସଷ୍ଟାଣ୍ଡ – ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଦେଇଥିଲେ ଖୋଦ ନଗରପାଳ ଏବଂ କାଉନସିଲର ! ତେବେ ଶିକ୍ଷା , ସ୍ୱାସ୍ଥ୍ୟ , ପରିମଳ , ପାନୀୟ ଜଳ , ଆଲୋକୀକରଣ , ଡ୍ରେନେଜ , ବର୍ଜ୍ୟ ବସ୍ତୁ ପରିଚାଳନାରେ ଏବେ ମଧ୍ୟ ଲାଗି ରହିଛି ବହୁ ସମସ୍ୟା ! ଦେଖା ଯାଉ କେବେ ହେବ ବାଙ୍କୀ ଏନଏସି ସ୍ୱୟଂ ସଂପୂର୍ଣ୍ଣ !

Leave a Reply

Your email address will not be published. Required fields are marked *