ହିନ୍ଦୁ ସଂସ୍କୃତିର ପାର୍ବଣ ଋତୁ ଆରମ୍ଭ : ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାର୍ବଣ ଋତୁ ଆରମ୍ଭରେ ହିନ୍ଦୁମାନଙ୍କ ଅଗ୍ରପୂଜ୍ୟ ଦେବତା ବିନାୟକ ପୂଜା ଲାଗି ମୂର୍ତ୍ତି କାରୀଗରମାନେ ନିମଗ୍ନ ରହିଛନ୍ତି l  ସମଗ୍ର ଉତ୍କଳୀୟ ସଂସ୍କୃତି ରେ ଏହାକୁ ଗଣେଶ ପୂଜା କୁହାଯାଏ l ବିଘ୍ନ ନାଶନ ନିମନ୍ତେ ବିନାୟକ ପୂଜା କଲେ ବିଦ୍ୟା ବୃଦ୍ଧି ଜ୍ଞାନ ହୋଇଥାଏ ବୋଲି ଗଣେଶ କୁ ଆଦ୍ୟ ପର୍ବ ବିବେଚନା କରାଯାଏ । ତେଣୁ ଦକ୍ଷିଣାଞ୍ଚଳ ରେ ବହୁଳ ଭାବରେ ପଲ୍ଲୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ପୂଜା ପାଳିତ ହୋଇଆସୁଛି l  ଯୋଗୁଁ ଗଣେଶ ପୂଜା ଘରେ ଘରେ, ଗ୍ରାମ୍ୟ ଗ୍ରାମେ, ସହର ଧୂମଧାମରେ ପାଳନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି l ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ଲାଷ୍ଟର ଅଫ ପ୍ୟାରିସ୍ ମୂର୍ତ୍ତି ବିକ୍ରି ଏବଂ ବ୍ୟବହାର ଉପରେ କଟକଣା କରିଥିବାରୁ ମାଟିରେ ନିର୍ମିତ ମୂର୍ତ୍ତିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଯୋଗ୍ୟ ଯେ, ଏହି ପ୍ଲାଷ୍ଟେର ଅଫ ପ୍ୟାରିସ୍ ମୂର୍ତ୍ତି ବିକ୍ରି ଉପରେ କୌଣସି କଟକଣ ନଥିବାରୁ ମାଟି ମୂର୍ତ୍ତି କାରୀଗର ମାନେ ଜିବୀକା ହରାଇବାକୁ ବସିଥିଲେ । ହେଲେ ପ୍ଲାଷ୍ଟେର ଅଫ ପ୍ୟାରିସ୍ ଯୋଗୁଁ ଉପୁଜୁଥିବା ପରିବେଶ ପ୍ରଦୂଷଣ ସହ ଜଳାଶୟ ଗୁଡିକ ଦୂଷିତ ହେଉଥିବା ଯୋଗୁଁ ପ୍ରଶାସନ ଏହି ପ୍ଲାଷ୍ଟେର ଅଫ ପ୍ୟାରିସ୍ ରେ ନିର୍ମିତ ମୂର୍ତ୍ତି ଗୁଡିକ ଉପରେ କଟକଣା ଲଗାଇଛନ୍ତି । ଚଳିତ ବର୍ଷ ମଧ୍ୟ ଏହି କଟକଣା ଜାରି ରହିଛି । ତେଣୁ ମାଟିରେ ନିର୍ମିତ ମୂର୍ତ୍ତିର ଚାହିଦା ବଢିବା ସହ ବେରୋଜଗାର ହୋଇପଡିଥିବା ମାଟି କାରୀଗରମାନେ ପୁଣି ଜୀବିକା ପାଇଛନ୍ତି । ତେଣୁ ପାରଳାଖେମୁଣ୍ଡି ସହର ସମେତ ପୁରପଲ୍ଲୀରେ ଥିବା ମାଟି ମୂର୍ତ୍ତି ନିର୍ମାଣ କାରୀଗରମାନେ ଏହି ଅଗ୍ରଦେବତାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଦିନରାତି ଏକ କରି ନିର୍ମାଣ କାମରେ ନିମଗ୍ନ ରହୁଥିବାର ଦେଖିବାକୁ ମିଳୁଛି । ଆସନ୍ତା ମାସ 14 ତାରିଖରେ ପାର୍ବଣ ଋତୁର ପ୍ରଥମ ତଥା ଅଗ୍ର ପୂଜ୍ୟ ଗଣେଶଙ୍କ ପୂଜା ରହିଛି । ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର କଟକିଆ ସାହି, ଚିତ୍ରକାର ସାହି ଠାରେ ମାଟି ମୂର୍ତ୍ତିକାରୀଗର ରହିଥିବା ବେଳେ ଗୋଷାଣି ବ୍ଲକର ବିଶେଷ କରି ବାଘଶଳା ଗ୍ରାମରେ ଥିବା ମାଟି ମୂର୍ତ୍ତି କାରୀଗର ମାନେ ଆକର୍ଷଣିୟ ପ୍ରତିମୂର୍ତ୍ତି କରିଥାନ୍ତି । ଏପରିକି ଏହି ସ୍ଥାନମାନଙ୍କରୁ ମାଟି ମୂର୍ତ୍ତି ଗୁଡିକ ପଡେଶୀ ଆନ୍ଧ୍ର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ଚାହିଦା ରହିଛି । ଏନେଇ କାରୀଗର ମାନେ କହିଛନ୍ତି ଯେ, ଅଗଷ୍ଟ ପହିଲାରୁ ଆନ୍ଧ୍ର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବରାଦ ଆସିଯାଇଛି । ସେଥି ନିମନ୍ତେ ଦିନରାତି ଏକ କରି ଅହରତ ଭାବେ ମୂର୍ତ୍ତି କାମରେ ଲାଗିପଡିଛୁ ।  ସେହିପରି ଗଣେଶ ପୂଜାକୁ ଲକ୍ଷ୍ୟ କରି ବିଶେଷ କରି ପୋଷାକ ଦୋକାନ ଗୁଡିକରେ ନୂତନ ବସ୍ତ୍ର କ୍ରୟ ପାଇଁ ଭିଡ ଜମୁଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *