ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୁମାରପୂର୍ଣ୍ଣିମା ଦିନ ଠାରୁ ଏହି ଗୌରୀ ଆମ୍ମାଙ୍କ ପୂଜା ଆରମ୍ଭ ହୋଇଛି।ପାରଳା ସହର ସମେତ ଆଖପାଖ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଗ୍ରାମରେ ଏହି ଗୌରୀ ଆମ୍ମା ପୂଜା ଆରମ୍ଭ ହୋଇ ଯାଇଛି।ଏହା ଏକ କୃଷି ଭିତ୍ତିକ ପର୍ବ ଅଟେ। ବୃଷଭ ଉପରେ ହର ଗୌରୀ ବସିଥିବାର ମୂର୍ତ୍ତିକୁ ଆଣି ପୂଜା କରାଯାଏ।ବିଧିବିଧାନର ସହ ଦିନ ସାରା ଉପବାସ ରହି ସନ୍ଧ୍ୟା ସମୟରେ ମାଆଙ୍କ ପୂଜାକରି ମାଆଙ୍କୁ ମୁଣ୍ଡରେ ଧରି ଗ୍ରାମ ସାରା ପରିକ୍ରମା କରିଥାନ୍ତି।ଗୌରୀ ଆମ୍ମା ପୂଜା କଲେ ଧାନ ଫସଲ ଭଲ ହୁଏ ଗ୍ରାମରେ ରୋଗବ୍ୟାଧି ଦୂର ହେବା ସହ ସୁଖ ଶାନ୍ତି ସମୃଦ୍ଧି ହୋଇ ଥାଏ ବୋଲି ବିଶ୍ୱାସ ରହିଛି।ମାନସିକ ଧାରୀ ମାନେ ମାଆଙ୍କୁ ଘରକୁ ଆଣି 5 ଦିନ ସାତଦିନ କିଏ 15 ଦିନ ପର୍ଯ୍ୟନ୍ତ ରଖି ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଥାନ୍ତି।
ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ପାଳିତ !!!

