ପାଣି ସରବର – କାଦୁଅ ଵଲ ଵଲ ହେଇଛି ବାଙ୍କୀ କଚେରୀ ପଡିଆ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚାଲିଛି ବାଙ୍କୀ ମହୋତ୍ସବ 2026 ! ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ବାଙ୍କୀ ମହୋତ୍ସବ ପ୍ରକୃତିର କୋପ ଆଗରେ ଫିକା ପଡି ଯାଇଛି ! ବାଙ୍କୀ କଚେରୀ ପଡିଆରେ ଆୟୋଜିତ ଏହି ଉତ୍ସବ ଲଗାଣ ବର୍ଷାରେ ହୋଇଯାଇଛି ବେହାଲ ! ବାଙ୍କୀ ର ରାଜନେତା ଏବଂ ନିର୍ବାଚିତ ପ୍ରତିନିଧି ନିଜ ସ୍ଲୋଗାନ ରେ ସମୃଦ୍ଧ ବାଙ୍କୀ ର ସ୍ଲୋଗାନ ଦେଉଥିଲେବି , ବାଙ୍କୀ ସଦର ମହକୁମାରେ ଅବସ୍ଥିତ ଏହି କଚେରୀ ପଡ଼ିଆର ଅବସ୍ଥା ଦେଖିଲେ ବାଙ୍କୀ କେତେ ସମୃଦ୍ଧ ତାହା ସହଜେ ଅନୁମେୟ ! କେବଳ ଯେ ନେତା ବା ବିଧାୟକ ଙ୍କ ଦୋଷ ତାହା ନୂହେଁ , ଏହି ପଡିଆରେ ସରକାରୀ ସ୍ତରରେ ଜାତୀୟ ଦିବସ ପାଳନ ମଧ୍ୟ ହେଉଅଛି ! ବାଙ୍କୀ ପ୍ରଶାସନ ଏବଂ ଉପ ଜିଲ୍ଲପାଳଙ୍କର କାହିଁକି ଏ ପଡ଼ିଆର ଉନ୍ନତି ଦିଗରେ ଦୃଷ୍ଟି ପଡୁନାହିଁ ତାହାର ଉତ୍ତର କେବଳ ସେମାନେ ହିଁ ଦେଇପାରିବେ !

 

Leave a Reply

Your email address will not be published. Required fields are marked *