୪୨ ଗ୍ରାମ ହେରୋଇନ ଜବତ : ବୁଲେଟ ଗାଡି ସହିତ ୩ ଗିରଫ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ଅବକାରୀ ଥାନା ପକ୍ଷରୁ ଆଜି ଦୁଇଟି ପୃଥକ ଘଟଣାରେ ୪୨ ଗ୍ରାମର ହେରୋଇନ ଜବତ ହୋଇଛି | ଏହି ମାମଲାରେ ଅବକାରୀ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ୫୦/୨୦୨୬ ମାମଲାରେ ନିହାରୁନି ଛକ ନିକଟରୁ ବିନୋଦ ତାଟାଇ ଓ ସଞ୍ଜୟ ମଣ୍ଡଳଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୦ ଗ୍ରାମ ହେରୋଇନ ଓ ଏକ ବୁଲେଟ ଜବତ କରାଯାଇଛି | ସେହିପରି ଅନ୍ୟ ଏକ ମାମଲା ୧୦୩/୨୦୨୬ରେ ଭିତରଗଡ ସ୍କୁଲ ପାଖରୁ ୨୨ ଗ୍ରାମ ହେରୋଇନ ଜବତ ହେବା ସହ ଭୋଲାଶଂକର ରଥଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଇନ୍ସପେକ୍ଟର ଶ୍ରୀକାନ୍ତ ପଟନାୟକ , ସବ ଇନ୍ସପେକ୍ଟେର ଧର୍ମପଦ ଦାସ , ଏଏସଆଇ ଗୟାଧର ସେଠି , ମନୋରଞ୍ଜନ ଦାସ , ଜୟଦେବ ପାର ଏବଂ ସନ୍ତୋଷି ସାହୁ ମିଳିତ ଭାବେ ଚଢ଼ାଉ କରି ଏହି ସଫଳତା ପାଇଥିବା ଜଣାପଡିଛି |

Leave a Reply

Your email address will not be published. Required fields are marked *