ତାଳବସ୍ତ ବାଳକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଉନ୍ନତିକରଣ କାର୍ଯ୍ୟ : ବିନା ଫଳକରେ ଫଟୋ ଉଠାଇ ବିଲ ହେଉଛି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକର ତାଳବସ୍ତ ଗ୍ରାମ ପଂଚାୟତରେ ନିକଟରେ ଶହେ ବର୍ଷ ପୁରୁଣ କରିଥିବା ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ ପାଇଁ ଆସିଥିବା ଖେଳ ପଡିଆରେ ବଡ଼ ଧରଣର ଦୁର୍ନୀତି ହେବାକୁ ବସିଛି |ବାଙ୍କୀ ଡମପଡ଼ା ପଂଚାୟତ ସମିତି ଅଧୀନରେ ଭି ବି ଜି ଆର ଏମ ଜି ମାଧ୍ୟମ ଦ୍ଵାରା 2025/26 ବର୍ଷରେ ଆସିଥିବା 5 ଲକ୍ଷ ଟଙ୍କାର ଖେଳ ପଡିଆ କାର୍ଯ୍ୟ ପଂଚାୟତ ଜେ.ଇ.ଙ୍କ ଦ୍ଵାରା ଅକ୍ଟୋବର 8 ତାରିଖରୁ ଆରମ୍ଭ ହୋଇଛି | ପ୍ରଥମ ସପ୍ତାହରେ ଦେଖିବାକୁ ମିଳିଛି ଯେ କୌଣସି କାର୍ଯ୍ୟ ନ ହୋଇ, ସ୍ଥାନୀୟ କୃଷ୍ଣପଲ୍ଲୀ ଗ୍ରାମର 35 ଜଣ ଜବ କାର୍ଡ ଧାରୀ ମହିଳାଙ୍କୁ କାର୍ଯ୍ୟସ୍ଥଳକୁ ଆଣି ଜିଓ ଟ୍ରାକରେ ଫଟୋ ଉଠାଇ ଜଣଙ୍କ ପିଛା 50/- ଦିଆ ହୋଇଛି | ଖେଳ ପଡିଆରା କୌଣସି କାର୍ଯ୍ୟ ଏ ପର୍ଯ୍ୟନ୍ତ କରାଯାଇନାହିଁ କେବଳ ଯାହା ଅନାବନା ଗଛ କେତୋଟି ଉପଡା ଯାଇଅଛି | ତାଳବସ୍ତର ସାମାଜିକ କର୍ମୀ ତପନ କୁମାର କୁହନ୍ତି ଯେ ବିନା ସୂଚନା ଫଳକରେ ଗ୍ରାମସାଥି ଜିଓ ଟ୍ରାକରେ ଫଟୋ ଉଠାଇ ରନିଙ୍ଗ ବିଲର ଟଙ୍କା ଉଠାଉଛନ୍ତି | ଏହି ବଡ଼ ଦୁର୍ନୀତିରେ ପଂଚାୟତ ପି ଇ ଓ, ଗ୍ରାମସାଥି, ଜେଇ ଏବଂ ସରପଞ୍ଚ ଙ୍କର ମିଲିଭଗତରେ ହେଉଅଛି |ଗ୍ରାମସାଥି ଥିବା ନୁଗୁରି ମହାପାତ୍ର, ପି ଇ ଓ ଥିବା ଲଷ୍ମୀଧର ପାଲ, ସରପଞ୍ଚ ପ୍ରତିନିଧି ଆଲୋକ ସାହୁ କୁହନ୍ତି ଯେ କାର୍ଯ୍ୟରେ କୌଣସି ଦୁର୍ନୀତି ହେଉନାହିଁ | ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସ୍ବାଇଁ କୁହନ୍ତି ଯେ ଆମ୍ଭେ ସମ୍ପୂର୍ଣ ଅଜ୍ଞ ସରକାରଙ୍କ ତରଫରୁ ଆସିଥିବା ଏହି ଖେଳ ପଡିଆ କାର୍ଯ୍ୟ ଉପରେ |ବିଦ୍ୟାଳୟକୁ ଖେଳ ପଡିଆ କାମ ଆସିଛି କିନ୍ତୁ କୌଣସି ତଥ୍ୟ ପଂଚାୟତ ତରଫରୁ ବିଦ୍ୟାଳୟକୁ ଜଣାଉ ନାହାନ୍ତି |3/4 ଦିନ ହେବ କିଛି ମହିଳା ଆସି କେବଳ ଫଟୋ ଉଠାଇ ଯାଉ ଥିବାର ଦେଖିବାକୁ ମିଳୁଛି ହେଲେ ଖେଳ ପଡିଆ କାମ କିଛି ହେଉନାହିଁ | ଏ ସମ୍ପର୍କରେ ଡମପଡା ବ୍ଲକ ବିଡ଼ିଓ ଅଂଶୁମାନ ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିଦ୍ୟାଳୟ ଖେଳ ପଡିଆ ନିର୍ମାଣରେ ଅନିୟମିତତା ଖବର ପାଇ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ କାର୍ଯ୍ୟାଦେଶର ତଥ୍ୟ ମାଗିଛି |ମୁଁ ନିଜେ କାର୍ଯ୍ୟସ୍ଥାନକୁ ପରିଦର୍ଶନରେ ଯାଇ ଖେଳ ପଡିଆ କାମର ତଦାରଖ କରିବି |

Leave a Reply

Your email address will not be published. Required fields are marked *