ସ୍ୱର୍ଗତ ସାମ୍ବାଦିକ ଗୌରାଙ୍ଗ ବେହେରାଙ୍କ ସ୍ମୃତିଚାରଣ ସଭା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜଣେ ଦକ୍ଷ ସାମ୍ବାଦିକ, ସାହିତ୍ୟିକ ତଥା ସମାଜସେବୀ ଭାବେ ଡମପଡା ବ୍ଲକ କରବର ଗ୍ରାମର ପୁଅ ସ୍ବର୍ଗତ ଗୌରାଙ୍ଗ ବେହେରା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ବାଙ୍କୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ, ତାଙ୍କର ଅଭୁଲା ସ୍ମୃତିକୁ ମନେ ପକାଇ ଆଦର୍ଶ ଯୁବ ପରିଷଦ ବାଙ୍କୀ ପକ୍ଷରୁ ଚକାପଦା ଯୁବ ବନ୍ଧୁ ଭବନ ଠାରେ ଏକ ସ୍ମୃତିଚାରଣ ଓ ଶୋକସଭା ଆଜି ଅନୁଷ୍ଠିତ ହୋଇଯାଇଛି।.ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ବେହେରାଙ୍କ ସହିତ ବିତାଇଥିବା ଅନେକ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ସହ ତାଙ୍କର ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ଥିବା ଅବଦାନକୁ ସ୍ମରଣ କରିଥିଲେ। ସେ କେବଳ ଜଣେ ସାମ୍ବାଦିକ ନଥିଲେ, ବରଂ ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅନନ୍ୟ ଅବଦାନ ରହିଥିଲା। ଜଣେ ଦରଦୀ ବନ୍ଧୁ ଭାବେ ସମସ୍ତଙ୍କ ସହ ତାଙ୍କର ଆତ୍ମୀୟତା ଓ ମିଷ୍ଟଭାଷୀ ସ୍ୱଭାବ ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ କରିଥିଲା।ଏହି ସ୍ମୃତିଚାରଣ ସଭାରେ ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ବରିଷ୍ଠ ସାହିତ୍ୟିକ କୌଶିକ ନାୟକ, ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର, କୁମର ପ୍ରଧାନ, ଶଶୀଭୂଷଣ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ମନୋଜ କୁମାର ରାଉତ, ପ୍ରଦୀପ କୁମାର ଜେନା, ସୁବ୍ରତ ନାୟକ, କୃପାସିନ୍ଧୁ ପ୍ରଧାନ, ନୀଳମାଧବ ମିଶ୍ର, ସନ୍ତୋଷ ମଙ୍ଗୁଆଳ, ଯୁବ ସାମ୍ବାଦିକ ମନୋଜ କୁମାର ଦଳେଇ, ଅଶୋକ ରଣା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିଶେଷରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ମଣିଷ ଚାଲିଯାଏ, ହେଲେ ତାର କର୍ମ, ଆଦର୍ଶ ଓ ସ୍ମୃତି ସବୁଦିନ ପାଇଁ ଅମର ହୋଇ ରହିଥାଏ। ସ୍ୱର୍ଗତ ଗୌରାଙ୍ଗ ବେହେରାଙ୍କ କ୍ଷେତ୍ରରେ ମଧ୍ୟ ଏହା ଚିରସତ୍ୟ ହୋଇ ରହିବ।

Leave a Reply

Your email address will not be published. Required fields are marked *