ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସ୍ଥିତି ସମୀକ୍ଷା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ମହାମାରୀ ସଂକ୍ରମଣ ଜନିତ ସ୍ଥିତି ସ୍ୱାଭାବିକ ନିମନ୍ତେ ସମସ୍ତଙ୍କର ସହଯୋଗ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଆହ୍ୱାନ . ଅପରାହ୍ନରେ ଜିଲ୍ଲା କାର୍ଯ୍ୟଳୟର ଓସନ ହଲଠାରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କରି ପରିସ୍ଥିତି ସ୍ୱାଭାବିକ ନିମନ୍ତେ ଜନସାଧାରଣଙ୍କ ନିଶ୍ଚିତ ସହଯୋଗ କାମନା କରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ପୂର୍ବରୁ ନିର୍ଦ୍ଧାରିତ ଖୋଲା ଯାଉଥିବା ଦୋକାନ ଆଦି ସହିତ ମିଠା ଦୋକାନ ଏବଂ ସାଇକେଲ , ମଟର ସାଇକେଲ ଭଳି ସମସ୍ତ ଯାନବାହାନ ସମ୍ପର୍କିତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନ ସକାଳ ୬ ଟା ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଖୋଲାଯାଇ ପାରିବ । ଔଷଧ ଓ ଚିକିତ୍ସା ସମ୍ପର୍କିତ ସମସ୍ତ ଦୋକାନ ଓ ପ୍ରତିଷ୍ଠାନ , କୃଷି ସମ୍ପର୍କିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ଚଳିତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟର କୌଣସି କଟକଣା ରହିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସମୟୋଚିତ ପଦକ୍ଷେପି ଓ କଟକଣା ଯୋଗୁଁ ବର୍ଭମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି ଏବଂ ନିୟନ୍ତ୍ରଣାଧୀନ ଅଛି । ସଂକ୍ରମଣର ହାର ଆହୁରି କମାଇ ସ୍ଥିତିକୁ ସମ୍ପୂର୍ଣ ସ୍ବାଭାବିକ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣ ସଚେତନ ଓ ଶୃଙ୍ଖଳିତ ହୋଇ ଜନଗହଳିକୁ ପ୍ରଶ୍ରୟ ନ ଦେଇ , ସାମାଜିକ ଦୂରତା ଅନୁପାଳନ , ମାସ୍କ ବ୍ୟବହାର ସହିତ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ଏହା ଦ୍ବାରା ଆଗାମୀ ଦିନରେ ଆସିବାକୁ ଥିବା କରୋନାର ତୃତୀୟ ଲହରକୁ ଆମେ ସହଜରେ ମୁକାବିଲା କରିପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି । ସ୍ଥିତି ସମ୍ପୂର୍ଣ ସ୍ଵାଭାବିକ ନ ହେବା ପର୍ଯ୍ୟନ୍ତ ଏନଫୋରସମେଣ୍ଟ କାରି ରଖୁବାକୁ ସେ ସମସ୍ତ ଉପଜିଲ୍ଲାପାଳ , ବିଡିଓ , ତହସିଲଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧୁକାରୀମାନଙ୍କୁ ପରାମର୍ଶ ଦେବା ସହିତ ଗାଁ କଲ୍ୟାଣ ସମିତି , ଅଙ୍ଗନବାଡି କର୍ମୀ , ଆଶା , ପି.ଆର.ଆଇ ମେମ୍ବର , ସରପଞ୍ଚମାନେ ଅଧୁକ ସଜାଗ ହୋଇ ସ୍ଥିତି ଉପରେ ନଜର ରଖ୍ ଟିମ ସିରିଟରେ କାମ କରିବାକୁ କହିଛନ୍ତି । ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ଜନବହୁଳ ଏକୁଳ ସେକୁଳ ଗ୍ରାମରେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ , କଙ୍କଡାହାଡ ବିଡିଓ , ତହସିଲଦାର ଏବଂ ସ୍ବାସ୍ଥ୍ୟକର୍ମୀମାନେ ସ୍ବତନ୍ତ୍ର ଶିବିର ଆୟୋଜନ କରି ଗ୍ରାମବାସୀମାନଙ୍କର ଆରଟି ପିସିଆର ଏବଂ ଆଣ୍ଟିଜେନ ଟେଷ୍ଟ କରିବା ସହିତ ଟୀକାକରଣ ମଧ୍ୟ କରିଛନ୍ତି । ଜିଲ୍ଲାର ଅନ୍ୟାନ୍ୟ ଜନବହୁଳ ଗ୍ରାମଗୁଡିକରେ ସମ୍ପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳ , ବିଡିଓ , ତହସିଲଦାରମାନଙ୍କ ସହିତ ପରାମର୍ଶକରି ଟୀକାକରଣ ନିମନ୍ତେ ସ୍ବତନ୍ତ୍ର ଶିବିର ଆୟୋଜନ କରିବାକୁ ଜିଲ୍ଲାପାଳ କହିଛନ୍ତି । ବିଭିନ୍ନ ବ୍ୟବସାୟୀ , ଉଠା ଦୋକାନୀ , ଔଷଧ ଦୋକାନୀ , ମାଛ , ମାଂସ ଦୋକାନୀମାନେ ସଂକ୍ରମିତ ହେବାର ଆଶଙ୍କା ଅଧ୍ବକ ଥିବାରୁ ଅଗ୍ରାକାର ଭିଭିରେ ସେମାନଙ୍କର ଟୀକାକରଣ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୋରନା ସଂକ୍ରମଣ ସମ୍ପୂର୍ଣ ନିରାକରଣ ପର୍ଯ୍ୟନ୍ତ ଅଧ୍ବକରୁ ଅଧୁକ ଆରଟି ପିସିଆରି ଏବଂ ଆଣ୍ଟିଜେନ ଟେଷ୍ଟ କରିବା ସହିତ ଟୀକାକରଣ ପ୍ରକ୍ରିୟାକୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଓ ସମସ୍ତ ଉପଜିଲ୍ଲାପାଳ , ବିଡିଓ , ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି , ଜିଲ୍ଲାରେ ଥିବା ସମସ୍ତ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲରେ ଆନୁଷଙ୍ଗିକ ଯନ୍ତ୍ରପାତି ସହିତ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମୀମାନେ ଉତ୍ତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ଭିସି ସମୟରେ ଓସନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଆଇ.ଏ.ଏସ. , ପ୍ରୋବେସନର ଶ୍ରୀ ବିଭୁତି ଭୂଷଣ ନାୟକ , ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର , ଆପତକାଳୀନ ଅଧୁକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଭିସି ମାଧ୍ୟମରେ କାମାକ୍ଷାନଗର ଉପଜିଲ୍ଲାପାଳ , ସମସ୍ତ ଉପଖଣ୍ଡ ଚିକିତ୍ସା ଅଧୁକାରୀ , ବିଡିଓ , ତହସିଲଦାର , ନିର୍ବାହୀ ଅଧୁକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ମାନଙ୍କ ସହିତ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *