ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଡି.ଆଇ.ଇ.ଟି. ନୟାଗଡ଼ , ରାଜ ସୁନାଖଳା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଅଧିନସ୍ଥ ଏସ.ସି .ଇ.ଆଇ.ଟି. ଙ୍କ ଅଭିନବ ପ୍ରୟାସ ଦ୍ୱାରା ଶିକ୍ଷଣ ଶିକ୍ଷାଦାନ ତିନି ମାସିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ମହାମାରୀ କରୋନା ସମୟରେ ଅନଲାଇନ୍ ପାଠପଢ଼ା ରୁ ବଞ୍ଚିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ବିକଳ୍ପ ବ୍ୟବସ୍ଥା କୁ ନୟାଗଡ଼ ଜିଲ୍ଲାରେ ଅଧିକ କାର୍ଯ୍ୟକ୍ଷମ କରିବାକୁ ଡି.ଆଇ.ଇ.ଟି ନୟାଗଡ଼ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଡି.ଆଇ.ଇ.ଟି ରାଜସୁନାଖଳା ନୟାଗଡ଼ର ୯୮ ଜଣ ଶିକ୍ଷକ ନୟାଗଡ଼ ଜିଲ୍ଲା ସହ ରାଜ୍ୟର ଅନ୍ୟ ଆଠଗୋଟି ଜିଲ୍ଲା ଅନୁଗୁଳ, କଟକ, ଗଞ୍ଜାମ, ଯାଜପୁର , କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ,, ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀ ମାନେ ନିଜ ଗାଁ ରେ ରହି ଶିକ୍ଷଣ ଶିକ୍ଷାଦାନ କାର୍ଯ୍ୟକ୍ରମ କୁ ସମସ୍ତ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ଚାଲୁ ରଖିଛନ୍ତି । ଏହି ଯୋଜନାରେ ୧୦୫୪ ଜଣ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଚଉଦ ଜଣ ଶିକ୍ଷକ ଆସି ନୟାଗଡ଼ ଜିଲ୍ଲାରେ ୧୩୮ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରୁଛନ୍ତି । ଅଧକ୍ଷା ଡଃ ମଞ୍ଜୁବାଳା ସାହୁ ଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ସୁଚିନ୍ତିତ ଢଙ୍ଗରେ ଏହି ଯୋଜନାରେ ୧୧୨ ଜଣ ଗୁରୁ ମୋଟ ୧୧୯୨ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରୁଛନ୍ତି ।
ଅନଲାଇନ୍ ପାଠପଢ଼ା ରୁ ବଞ୍ଚିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା !!

