କେନ୍ଦ୍ରାପଡ଼ା ଘଟଣାକୁ ନେଇ ନୟାଗଡ଼ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ପ୍ରତିବାଦ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେନ୍ଦ୍ରାପଡ଼ା ରେ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣାକୁ ନେଇ ନୟାଗଡ଼ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ପ୍ରତିବାଦ । ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣାରେ ଡିଜିଟାଲ ମିଡିଆ ଆସୋସିଏସନ୍ ଡାକରାରେ ନୟାଗଡ଼ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସଦସ୍ୟ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ . ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ, ଛାପା ଗଣମାଧ୍ୟମ ଏବଂ ବୈଦୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଅତିଶିଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଦୃଢ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *