ସହର ମଧ୍ୟରେ ଓଭରଲୋଡ ଗାଡି ଚଳାଚଳ : ରାଜସ୍ୱ ବିଭାଗ ପାଲଟିଛି ନିଦାବିଷ୍ଣୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନ କୁ ଦିନ ବଢିଚାଲିଛି ଓଭରଲୋଡ ବାଲି ଟ୍ରାକ୍ଟର ଚଳାଚଳ . ରାଜସ୍ୱ ବିଭାଗ ସବୁଜାଣି ନ ଜାଣିଲା ଭଳି ଅଭିନୟ କରି ନିଦାବିଷ୍ଣୁ ପାଲଟିଛି । ସହରରେ ବାଲି ଟ୍ରାକ୍ଟର ଓଭରଲୋଡିଙ୍ଗ ଯିବା ବେଳେ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ପ୍ରକାଶ ଥାଉ କି ସହର କୁ କାଶୀ ନଗର ବ୍ଳକରୁ ବାଲି ଓଭରଲୋଡିଙ୍ଗ ଓ ସହରର ଜଙ୍ଗମ ସାହି ପଟୁ ସହର କୁ ବାଲି ଓଭରଲୋଡିଙ୍ଗ ଆସୁଥିବାର ଦେଖିବାକୁ ମିଳିଛି । ତେବେ ସହରରେ ବାଲି ଟ୍ରିପ ଚଢାଦରରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି । ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *