ମାହାଙ୍ଗା ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଘରୁ ତଡ଼ିଦେଲେ ପୁଅ ବୋହୁ , ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧା ! ଦଶ ମାସ ଦଶଦିନ ଗର୍ଭରେ ଧରି ଯାହାକୁ ସଂସାରକୁ ଆଣିଲି ସିଏ ଆଜି ମୋତେ ପର କରିଦେଲା ! ପୁଅ ଜନ୍ମ କରିଥିଲି ବୃଦ୍ଧା କାଳେ ସୁଖରେ ରହିବି ବୋଲି ! କିନ୍ତୁ ପୁଅ-ବୋହୂ ମାଡ ମାରିଲେ, ଖାଇବାକୁ ଦେବା ଦୂରେ ଥାଉ ଘରୁ ଧକ୍କାଦେଇ ତଡ଼ି ଦେଲେ ! ଏହା ହେଉଛି ଜଣେ ନିରାଶ୍ରୟା ମାଆର କରୁଣ କାହାଣୀ ! ଦିନେ ଓଳିଏ ନୁହେଁ, ବର୍ଷ ବର୍ଷ ଧରି ନିର୍ଯ୍ୟାତନା ସହୁଥିବା ଜଣେ ବିଧବା ବୃଦ୍ଧା ଶେଷରେ ନିଜ ଭିଟାମାଟି ଛାଡ଼ି ନ୍ୟାୟପାଇଁ ଥାନା ଆଗରେ ଥିବା ଏକ ବରଗଛ ତଳେ ପଡି ରହିଥିବା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା ! ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ଗୋପାଳପୁର ଗ୍ରାମରେ l ଗୋପାଳପୁର ଗ୍ରାମର ଉତ୍ତମା ସାହୁ ଜଣେ ବିଧବା ବୃଦ୍ଧା ! ଯାହାଙ୍କ ବୟସ ପାଖାପାଖି ୮୦ ବର୍ଷ ହେବ l ଅଭିଯୋଗ ମୁତାବକ ତା’ଙ୍କ ପୁଅ- ବୋହୁ ଏହି ବୃଦ୍ଧାଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ମାରପିଟ କରନ୍ତି ! କାହାକୁ କେତେ ନେହୁରା ହେଇଥାନ୍ତା, ଶେଷରେ କିଛି ଉପାୟ ନପାଇ ମାହାଙ୍ଗା ଥାନାକୁ ଧାଇଁ ଆସିଛି ବିଚାରୀ ବୃଦ୍ଧା ମାଆ ଟି ! କେହି ସହୃଦୟ ବ୍ୟକ୍ତି ତା’ଙ୍କୁ କିଛି ଖାଇବାକୁ ଦେଇଛନ୍ତି l ଯାହାକି’ ସେହି ଖାଦ୍ୟକୁ ଗଛ ତଳେ ବସି ଖାଉଥିବାର ଦେଖିବାକୁ ମିଳିଥିଲା l ପରିଣତ ବୟସରେ ଥାନା ବାବୁଙ୍କୁ ଫେରାଦ ହେବାକୁ ଆସି ନିଜ ଦୁଃଖ କୁ ବଖାଣୁ ଥିବା ଏହି ବିଧବା ବୃଦ୍ଧାଙ୍କ ପାଇଁ ସତରେ କଣ ନ୍ୟାୟ ନାହିଁ ! ସମୟ କହିବ ଏହି ବୃଦ୍ଧା ମାଆଙ୍କୁ ତା’ଙ୍କ ଭିଟାମାଟିକୁ ଫେରାଇ ନେବାରେ ପୋଲିସ କି’ ପଦକ୍ଷେପ ନେଉଛି ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳୁଛି ନାଁ ନାହିଁ !!
ଘରୁ ତଡ଼ିଦେଲେ ପୁଅ ବୋହୁ : ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧା !

