ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ . ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ମଙ୍ଗଳପୁର ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ବିଭିନ୍ନ ଆଇନ୍ ସେବା , ପ୍ରାଧିକରଣର କାର୍ଯ୍ୟକାରିତା , ମାଗଣା ଆଇନ ସେବା ପ୍ରଦାନ ଏବଂ ଏହା ମଧ୍ୟରେ ଉପଲବ୍ଧ ବିଭିନ୍ନ ସେବା ବିଷୟରେ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମଙ୍ଗଳପୁର ପଞ୍ଚାୟତର ସରପଂଚ ବିଦ୍ୟାଧର ପ୍ରଧାନ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳର ପ୍ୟାନେଲ ଆଇନଜୀବୀ ବିଷ୍ଣୁଭୁଷଣ ସାହୁ , ପିଏଲଭିଏସ ଅଭିରାମ ବାରିକ , ବଶିଷ୍ଠ ବରାଳ , ରାମେଶ୍ୱର ମାଇତି , ଅନୁପ ନାୟକ , ପ୍ରଫୁଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁକାନ୍ତ କିଶୋର ଜେନା ସୁଚାର ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *