ସୁକିନ୍ଦାରେ ଲୁଟେରା ଆତଙ୍କ

0
263

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦାରେ ଲୁଟେରା ଆତଙ୍କ.ଦିନ ଦ୍ୱିପ୍ରହରରେ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଲେ ଲୁଟେରା . ସୁକିନ୍ଦା ବ୍ଲକ ସ୍ଥିତ ଯୁବ ବ୍ୟବସାୟ ସୁମନ୍ତ ସାହୁ ସୁକିନ୍ଦା ଷ୍ଟେଟ ବ୍ୟାଙ୍କରୁ 1 ଲକ୍ଷ ଟଙ୍କା ଉଠେଇ ନିଜ ବାଇକର ବାସ୍କେଟରେ ରଖି ସୁକିନ୍ଦା ରଥଛକ ନିକଟସ୍ଥ ଏକ ମୋବାଇଲ ଦୋକାନକୁ ଯାଇଥିଲେ . ଏହି ସମୟରେ ଦୁଇ ଲୁଟେରା ଆସି ତାଙ୍କ ଗାଡି ବାସ୍କେଟ ଭାଙ୍ଗି 1 ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ. ସେହିପରି ବର୍ତ୍ତଣ୍ଡା SBI ମିନି ବ୍ୟାଙ୍କ ର ଅଧିକାରୀ ହରେକୃଷ୍ଣ ପ୍ରଧାନ ହାତିବରୀ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠେଇ ଆସୁଥିବା ବେଳେ ବାଲିପଶି ଛକ ପାଖରୁ ଦୁଇ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଭୁଜାଲିରେ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ହରେକୃଷ୍ଣ ଥାନା ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ହରେକୃଷ୍ଣଙ୍କୁ ଚିକତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଛି . ତେବେ ଗତ ଏକ ସପ୍ତାହ ମଧ୍ୟରେ 2 ବାଇକ ଚୋରି ସହିତ 3 ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ସାରିଲେଣି ଲୁଟେରା ।

LEAVE A REPLY

Please enter your comment!
Please enter your name here