କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଗତସିଂହପୁର ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କାବୁ କରିଛି କଟକ କମିଶନରେଟ ପୋଲିସ । ସୂଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଯିଏ କି ବହୁ ଅପରାଧିକ ମାମଲାରେ ଜଡିତ ଥିଲା , ଆଜି ବାହାରେ ବୁଲୁଥିବା ନେଇ ଖବର ପାଇଥିଲା ପୋଲିସ । ରାକାର ପିଛା କରି ପୋଲିସ କଟକ କନ୍ଦରପୁର ଥାନା ଅଧିନ ପରମହଂସନାଥ ଓ ଅଥଙ୍ଗା ନଦୀ ବନ୍ଧ ରାସ୍ତାରେ ରାକା ନିକଟରେ ପହଞ୍ଚିଥିଲା । ପୋଲିସ ରାକାକୁ ଧରିବାକୁ ଚେଷ୍ଟା କରିବାରୁ, ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ପୋଲିସର ପାଲଟା ଗୁଳି ଚାଳନାରେ ଆହତ ହୋଇଛି ରାକା । ଆହତ ଅବସ୍ଥାରେ ରାକାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଏଥିସହ ତା’ଠୁ ପୋଲିସ ଗୋଟିଏ ବନ୍ଧୁକ ଓ ତିନି ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି । ଏହି ଅପରେସନରେ କନ୍ଦରପୁର ଥାନା ର ଦୁଇ ଅଫିସର ମଧ୍ୟ ଆହତ ହୋଇ ଥିବାର ଜଣାପଡିଛି ।
କଟକରେ କମିଶନରେଟ ପୋଲିସର ଏନ୍କାଉଣ୍ଟର !!!

