ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିତକୋଇଲି ବ୍ଲକ କେଣ୍ଟାଲ ଗ୍ରାମପଞ୍ଚୟତ ଶ୍ରୀ ରଘୁନାଥଜୀଉ ମନ୍ଦିର ପରିସରରେ ଡ୍ରାଇଭର ମହାସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି . ବୈଠକର ମୁଖ୍ୟ ଉଦେଶ୍ୟ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦଶ ଦଫା ଦାବିପତ୍ର ସମ୍ପର୍କରେ ଆଲୋଚନା . ଏହି ଦାବିପତ୍ର କୁ ଭିତ୍ତି କରି ପ୍ରଶାସନ ର ଆଭିମୁଖ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା . ବୈଠକ ରେ ନିଲୁ ଜେନା (ସଭାପତି ), ସରୋଜ ବେହେରା (ଉପ ସଭାପତି ) , ଗୋଲଖ ପରିଡା (କାର୍ଯ୍ୟକାରୀ ସଭାପତି ), ପ୍ରଦୀପ୍ତ ପଣ୍ଡା, ଦିଲ୍ଲୀପ କୁମାର ବେହେରା, ପ୍ରଭାତ ରଞ୍ଜନ ଦାସ , ଶିବାନନ୍ଦ ସାହୁ, ଆଲୋକ କୁମାର ସାହୁ , ବାରା ହନାଥ ସିଂ , ରମାକାନ୍ତ ମହାନ୍ତି , ସନ୍ତୋଷ କୁମାର ବେହେରା, ପ୍ରଫୁଲ୍ଲ କୁମାର ମଲିକ, ଗଗନ ବିହାରୀ ଦାସ, ବିଜୟ କୁମାର ସାହୁ, ନେତ୍ରାନନ୍ଦ ଭୋଇ, ଗୋବିନ୍ଦ ମାଲିକ, ପଦ୍ମଚରଣ ମାଲିକ, ଜଗନ୍ନାଥ ଦାସ ପ୍ରଭୁତି ବହୁ ଡ୍ରାଇଭର ବୈଠକରେ ଯୋଗଦାନ କରିଥିଲେ .
ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ !!!

