ନିଶ୍ଚିନ୍ତକୋଇଲି ଫୋଗଳ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫୋଗଳ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ । ଏ ଅଞ୍ଚଳରେ ପୂର୍ବରୁ ହାତୀ କେବେ ଆସି ନଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଧାନ ଗହୀର ଭିତରେ ପଶି ରହିଛି ହାତୀ । ତେବେ ଗାଁ ଗଣ୍ଡାରେ କାହାର କିଛି କ୍ଷତି କରି ନଥିବା ବେଳେ ଧାନ ଫସଲ ବ୍ୟାପକ କ୍ଷତି କରିଥିବା ଗାଁ ଲୋକେ କହିଛନ୍ତି । ଆଖପାଖ ଅଞ୍ଚଳରେ ଜଙ୍ଗଲ ନଥିବା ସମୟରେ ହାତୀ ଟି ଯାଜପୁର ଜିଲ୍ଲା ବଇରୀ ଡାଳିଜୋଡା ରେଞ୍ଜରୁ ଆସିଛି ବୋଲି ସୂଚନା ମିଳିଛି । ବନଖଣ୍ଡ ଟିମ ହାତୀକୁ ଟ୍ରେସ କରି ଧରିବାକୁ ଚେଷ୍ଟା କରୁଥିବାର ସୂଚନା ମିଳିଛି !!

Leave a Reply

Your email address will not be published. Required fields are marked *