ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଷଡ଼ଯନ୍ତ୍ରକାରୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର , ନୟାଗଡ଼ ଯଦୁପୁର ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ମାହାଙ୍ଗା ଡବଲ ମର୍ଡର ମାମଲା ରେ ଛନ୍ଦି ହୋଇଥିବା ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିସ୍କାର ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ବସଷ୍ଟପ ଠାରେ ପ୍ରତିବାଦ ସଭା । ଏହି ସଭାରେ ନୟାଗଡ଼ ଜିଲ୍ଲା ପ୍ରଭାରୀ ତଥା ଦଳୀୟ ମୁଖପାତ୍ର ନିଶିକାନ୍ତ ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର , ନବୀନ ପଟ୍ଟନାୟକଙ୍କ ଛୁଆ ନାହିଁ ସେ କଣ ଜାଣିବେ ପରିବାର କଣ ବୋଲି ଅଟହାସ୍ୟ କରି ପ୍ରକାଶ କରିଥିଲେ । ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାଶ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଥିଲେ . ମନ୍ତ୍ରୀ ଅରୁଣ କୁମାର ସାହୁ ” ଆମ ପାଇଁ ବଡ ଆମ ନୟାଗଡ଼ ” ଡିଣ୍ଡିମ ପିଟୁଥିବା ବେଳେ ନୟାଗଡ଼ ର କଣ ବିକାଶ ହୋଇଛି ପ୍ରଶ୍ନ କରିବା ସହ ପରୀ ଅପହରଣ ଏବଂ ହତ୍ୟାକାଣ୍ଡ ପଛରେ ଥିବା ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କୁ ଆଗାମୀ ନିର୍ବାଚନରେ ନୟାଗଡ଼ ବାସୀ ଜବାବ ଦେବ ବୋଲି ପ୍ରକାଶ କରିଥିଲେ । ବାମପନ୍ଥୀ ନେତା ଆଇନଜୀବୀ ଅମିୟ ପଟ୍ଟନାୟକ ଏହି ପ୍ରତିବାଦ ସଭାରେ ଯୋଗଦେଇ ନାରୀ ର ଲୁହରେ ନବୀନ ବାବୁ ତୁମ ସରକାର ଧୋଇ ହୋଇ ଯିବ ବୋଲି ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ସଭାପତି ଙ୍କ ସହ ହିଞ୍ଜିଳି କଂଗ୍ରେସ ପ୍ରାର୍ଥୀ ଶମ୍ଭୁନାଥ ପାଣିଗ୍ରାହୀ, ରାଜ୍ୟ ପିସିସି ସମ୍ପାଦକ ହୁସେନ ଖାଁ ପ୍ରମୁଖ ଯୋଗଦେଇ ମନ୍ତ୍ରୀ ମାନଙ୍କ ବହିସ୍କାର ଦାବି କରିଥିଲେ ।
ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା !!!

