ଡି.କେ. ବାସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧସ୍ୟା, ଜିଲ୍ଲା ଆଇନ ସେବା ପ୍ରାକରଣ, ଶ୍ରୀମତୀ ଅଳନ୍ତା ଷଡଙ୍ଗୀଙ୍କ ନିର୍ଦେଶରେ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ ଫରେଷ୍ଟ ଗେଷ୍ଟ ହାଲସ, ନୟାଗଡ ପରିସରରେ ପୁଲିସ କର୍ମଚାରୀ, ଏକ୍ସାଇଜ କର୍ମଚାରୀ ଓ ଫରେଷ୍ଟ କର୍ମଚାରୀ ମାନଙ୍କୁ ନେଇ ଡି .କେ . ବାସୁ ଭାର୍ସେସ . ଷ୍ଟେଟ ଅଫ ୱେଷ୍ଟ ବେଙ୍ଗଲ ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଅତିଥ୍ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ଦଣ୍ଡପାଣି ସ୍ୱାଇଁ, ବରିଷ୍ଠ ଆଇନଜୀବୀ-ତ‌ଥା-ସଭାପତି, ଜିଲ୍ଲା ଓକିଲ ସଂଘ, ନୟାଗଡ ଶ୍ରୀ ରଣଜିତ ଦାସ ପ୍ରମୁଖ ଉପସ୍ଥିତି ରହି ଡି .କେ . ବାସୁ ଭାର୍ସେସ . ଷ୍ଟେଟ ଅଫ ୱେଷ୍ଟ ବେଙ୍ଗଲ ମାମଲାରେ ଦିଆଯାଇଥିବା ଐତିହାସିକ ରାୟ ଭାରତରେ ମାନବାକାର ସୁରକ୍ଷା ଏବଂ ହିରାସତରେ ନିର୍ଯାତନା ରୋକିବା ଏବଂ ଗିରଫ ଓ ହିରାସତ ପ୍ରକ୍ରିୟା ସମ୍ବନ୍ଧରେ ପୋଲିସ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ନ୍ୟାୟାଳୟ ପୋଲିସଙ୍କ ପାଇଁ କିଛି ମୁଖ୍ୟ ନିର୍ଦ୍ଦେଶ ଜାରି କରିଥିଲେ, ଯେପରି – ଗିରଫ ସମୟରେ ପୋଲିସ କର୍ମଚାରୀଙ୍କ ପରିଚୟ ସ୍ପଷ୍ଟ ହେବା ଆବଶ୍ୟକ , ଗିରଫ ସମୟରେ ଏକ “ଆରେଷ୍ଟ ମେମୋ” ପ୍ରସ୍ତୁତ କରିବା ଦରକାର । ଗିରଫ ବ୍ୟକ୍ତିଙ୍କ ପରିବାର ବା ସମ୍ପର୍କୀୟଙ୍କୁ ତୁରନ୍ତ ସୂଚନା ଦେବା ଆବଶ୍ୟକ । ଗିରଫ ବ୍ୟକ୍ତିଙ୍କର ଡାକ୍ତରୀ ପରୀକ୍ଷାର ଅଧିକାର ରହିବ , ଗିରଫ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରେକର୍ଡରେ ଲେଖିବା ଆବଶ୍ୟକ , ଗିରଫ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ମ୍ୟାଜିଷ୍ଟ୍ରେଟ୍ ସମ୍ମୁଖରେ ଉପସ୍ଥାପନ କରିବା ଦରକାର !
ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଲି, ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଇବା ପାଇଁ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀ, ଏକ୍ସାଇଜ କର୍ମଚାରୀ ଓ ଫରେଷ୍ଟ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ରକ୍ତ କାର୍ୟାକର୍ମ କୁ ସଫଳୀକୃତ କରିବା ପାଇଁ ପ୍ରାଧିକାରଣର କର୍ମଚାରୀ ଶ୍ରୀ ସୁଶାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ସାହୁ ଏବଂ ଅଧିକାର ମିତ୍ର ମାନେ ଉପସ୍ଥିତ ରହି କାର୍ଯକ୍ରମକୁ ପରିଚାଳନା କରିବାରେ ସହ‌ଯୋଗ କରିଥିଲେ । ପରିଶେଷରେ ପ୍ରାକରଣର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *