ବେଆଇନ ପଥର ଖଣିରୁ ୩ ଜେସିବି ଜବତ !!!

Spread the love

ଖଣି ଉପରେ ଛଦ୍ମ ଵେଶରେ ଚଢାଉ କଲେ ବାଲୁଗାଁ ଏସଡିପିଓ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଞ୍ଚଳରେ ଖଣି ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ପ୍ରଶାସନ ଆଖିରେ ଧୁଳି ଦେଇ ଖଣି ମାଫିଆ ମାନେ ବେଆଇନ ପଥର ଚୋରା ଚାଲାଣ କରୁଛନ୍ତି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି । ତେଣୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ବେଆଇନ ଖଣିଜ ଦ୍ରବ୍ୟ କାରବାର ଉପରେ ରୋକ ଲଗାଇବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ତତ୍ପରତା ଦେଖାଇଛନ୍ତି । ତେବେ ଆଜି ବାଲୁଗାଁ ଏସଡିପିଓ ବେଆଇନ ପଥର ଖଣି ଉପରେ ଅଚାନକ ଚଢାଉ କରିଛନ୍ତି । ଛଦ୍ମ ଵେଶରେ ଟାଙ୍ଗୀ ତହସିଲ ଅନ୍ତର୍ଗତ ସୁନ୍ଦରପୁର ବେଆଇନ ମାଙ୍କଡା ପଥର ଖଣି ଉପରେ ଏସଡିପିଓ ଅଚାନକ ଚଢାଉ କରିଛନ୍ତି । ଚଢାଉ ସମୟରେ ୩ ଟି ଜେସିବି , ୩ ଟି ଟ୍ରାକ୍ଟରକୁ ଏସଡିପିଓ ଜବତ କରିଥିବା ବେଳେ ମାଫିଆ ମାନେ ଖସି ପଳାଇ ଯିବାରେ ସକ୍ଷମ ହୋଇଛନ୍ତି । ଉକ୍ତ ଚଢାଉରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲିକ ମଧ୍ୟ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *