ଉସୁମା ପ୍ରିମିୟମ ଲିଗ ଉଦଯାପିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଉଦଯାପିତ ହୋଇଯାଇଛି ଉସୁମା ପ୍ରିମିୟମ ଲିଗ୍ । ଚଳିତ ବର୍ଷ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ୫ ଟି ଟିମ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ଉସୁମା ସୁପର କିଙ୍ଗ ଓ ଉସୁମା ରୟାଲ ମଧ୍ୟରେ କଡା ମୁକାବିଲା ହୋଇଥିଲା । ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଯଚିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ବିକାଶ ପରିଡା , ଅବିନାଶ ପ୍ରଧାନ, ପ୍ରଶାନ୍ତ ସାହୁ, ବିବେକାନନ୍ଦ ଦାସ , ସୁଶାନ୍ତ କୁମାର ସାମନ୍ତରାୟ, ସତ୍ୟରଞ୍ଜନ ସ୍ଵାଇଁ, ପ୍ରଦୀପ ବେହେରା, ସନ୍ତୋଷ ପ୍ରଧାନ, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *