ବି.ସୀତାପୁର ଗ୍ରାମରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ !!!

0
328

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କେନ୍ଦ୍ରର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସମୟରେ ଏକ ସଚେତନତା ରାଲି ଗ୍ରାମର ସ୍ୱୟଂ ସହାୟକ ମହିଳା, ମାତୃ କମିଟିଙ୍କୁ ନେଇ ଆୟୋଜିତ ହୋଇଥିଲା .

ଗ୍ରାମର ୱାର୍ଡ ସଭ୍ୟ, ଗାଁ କଲ୍ୟାଣ ସମିତି ପ୍ରମୁଖଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଲୋକଙ୍କୁ ମହିଳା ଦିବସରେ ମହିଳା ମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ସଚେତନ କରା ଯାଇଥିଲା । କେନ୍ଦ୍ର ଠାରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ମାତୃ କମିଟି, ଗାଁ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଆନ୍ତର୍ଜାତିକ ମହିଳା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବୁଝାଇଥିଲେ ଓ ନାରୀ ସୁରକ୍ଷା ଦିଗରେ ସଚେତନତା ହେବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here