!!! ନିଜକୁ ମାନବାଧିକାର କର୍ମୀ ପରିଚୟ ଦେଇ ଚଳାଇଥିଲା ଜାଲିଆତି କାରବାର !!!
ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ନିକଟସ୍ଥ ହାଣ୍ଡିଧୁଆ ଗ୍ରାମର ଜନୈକ ବୃଦ୍ଧା ଙ୍କ ଠାରୁ ଟଙ୍କା ଠକି ନେଇଥିବା ଠକଙ୍କ ସର୍ଦ୍ଦାର ଭଜମନ ବିଶ୍ଵାଳକୁ କାବୁ କରିଛି କୋଲିୟାରୀ ଥାନା ପୁଲିସ . କେତେବେଳେ ନିଜକୁ ମାନବାଧିକାର କର୍ମୀ ତ ଆଉ କେତେବେଳେ ଉତ୍ତରାଞ୍ଚଳ ଡିଆଇଜି ଙ୍କ ପାଖ ଲୋକ କହି ଦୀର୍ଘ ଦିନ ଧରି ଚଳାଇଥିଲା ଠକାମୀର କାରବାର . ଏପରିକି ଅନୁଗୁଳ ଏବଂ ତାଳଚେର ଅଞ୍ଚଳର କିଛି ସାମାଜିକ କର୍ମୀଙ୍କୁ ମାଧ୍ୟମ କରି ଟଙ୍କା ଦେଣନେଣ କାରବାରରେ ସାଜୁଥିଲା କଜଳପାତିଆ ଭଦ୍ରଲୋକ . ହେଲେ ଧଳା ପାଇଜାମା ତଳେ ଲୁଚି ରହିଥିବା କଳା ଚେହେରାର ପର୍ଦ୍ଦାଫାଶ କରିଛି ତାଳଚେର ପୁଲିସ . ଶେଷରେ ଗିରଫ ହୋଇ ଜେଲ ଯାଇଛି ଭଜମନ ବିଶ୍ୱାଳ .