ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାର ‘ ଆମ ପ୍ରତିଭା ଆମ ସମ୍ମାନ ’ ଅନୁଷ୍ଠାନ ତରଫରୁ ସ୍ଥାନୀୟ ବାଜି ଚୌକ ଠାରେ ଦେଶର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ସଦସ୍ୟ ମାନଙ୍କ ଉପସ୍ଥିତିରେ ସହିସ ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବାଜି ରାଉତ ଅମର ରହେ ଧ୍ଵନୀ ଦେଇଥିଲେ । ଏହି ସମାବେଶରେ ବିଶ୍ଵର ସର୍ବ କନିଷ୍ଠ ସାଧନତା ସଂଗ୍ରାମୀ ତଥା ୧୨ ବର୍ଷ ବୟସରେ ସହିସ ହୋଇଥିବା ବାଜି ରାଉତଙ୍କ ବିଷୟରେ ବିଶିଷ୍ଠ ବ୍ୟକ୍ତିମାନେ ଅଭିଭାଷଣ ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ କୈଳସ ଚନ୍ଦ୍ର ରାଉତ , ଦୁର୍ଯ୍ୟୋଧନ ବେହେରା , ବିଭୁତି ଭୂଷଣ ସାହୁ , ନକୁଳ କୁମାର ସାହୁ , ବିଭୁତି ନନ୍ଦ , ଦୀପକ ଦାସ , ପ୍ରତାପ ଦାସ , କାହ୍ନ ଦଳେଇ , ଚିତରଞ୍ଜନ ସାହୁ , ନଜୁ ମହମ୍ମଦ , କୈଳାସ ଚନ୍ଦ୍ର ନାୟକ , କୈଳାସ ବେହେରା , ସରୂପାନନ୍ଦ ଦାସ , ରଶ୍ମିନାରାୟଣ ସାହୁ , ଶିଶିର ଦଳେଇ , ରଞ୍ଜନ ଜେନା , ଫିରୋଜ୍ ଖାଁ , ସାରଙ୍ଗ ରାଉତ , ଜଗା ସେଠୀ , ପପୁ ମହାନ୍ତି , ଦୁଷ୍ମନ୍ତ ମହାନ୍ତି , ପ୍ରଶାନ୍ତ ଜେନା , ଅନିଲ୍ ରାଉତ , ଅକ୍ଷୟ ସାହୁ , ଆଲୋକ ରଥ , ରାଜୁନ୍ ଖାଁ , ଆନନ୍ଦ ସେଠୀ , ଶକ୍ତି ମହାପାତ୍ର , ଅମରେଶ ଜେନା , ଶେଖର ସେଠୀ , ମଦନମୋହନ ବେହେରା , ଚନ୍ଦନ ବେହେରା , ପ୍ରଭାତ ସେଠୀ , କାଳିଆ ସେଠୀ ପ୍ରମୁଖଙ୍କ ସହିତ ଆମ ପ୍ରତିଭା ଆମ ସମ୍ମାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *