କିଶନନଗର ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସମାଜସେବୀ ପ୍ରକାଶ ଚନ୍ଦ୍ର ସେଠୀ ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯଥା କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ, ଆବଶ୍ୟକ ଅନୁଯାୟୀ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଉନ୍ନତ ମାନର ଯନ୍ତ୍ରପାତି ଉପଲବ୍ଧ କରାଯିବା ସହିତ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ନେଇ ଏକ ଦାବିପତ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ଅବଗତ କରାଇବା ସହ ସମାଧାନ ପାଇଁ ନିବେଦନ କରିଛନ୍ତି । ସୂଚନା ଥାଉକି ୧୯୪୭ ମସିହାରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କିଶନନଗର ତହସିଲ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ରାଜବନ୍ଦି ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ଉଦ୍ୟମରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା । ଆଜିକୁ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଜନସାଧାରଣ ଟିକେ ହେଲେବି ସାଧାରଣ ସୁବିଧା ପାଇ ପାରି ନାହାନ୍ତି । ରାଜ୍ୟ ସରକାରଙ୍କ ଇଛା ଓ ଆନ୍ତରିକତା ଅଭାବରୁ ଦିନକୁ ଦିନ ଏଠରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କଟକ ସଦରର ୯ଟି ପଞ୍ଚାୟତ,ସାଲେପୁର ବ୍ଲକର ୪ ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ପଞ୍ଚାୟତ ଓ ବିରିଡ଼ି ବ୍ଲକର ଗୋଟିଏ ପଞ୍ଚାୟତର ଲକ୍ଷ ଲକ୍ଷ ଲୋକ ସମ୍ପୂର୍ଣ ଭାବରେ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଲୋକମାନେ ସମାଧାନ ପାଇଁ ସରକାର ଓ ପ୍ରଶାସନ ପାଖରେ ଅନେକବାର ଦାବିପତ୍ର ପ୍ରଦାନ ଓ ଅନଶନ କରିବା ପରେ ମଧ୍ୟ କିଛି ଫଳ ମିଳିପାରି ନାହିଁ । ଯଦି ସମସ୍ୟାର ସମାଧାନ ଦିଗରେ କିଛି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଉତ୍କଳ ବିକାଶ ପରିଷଦ ରାଜ ରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବାକୁ ନିଷ୍ପତି ନେଇଛି ।

Leave a Reply

Your email address will not be published. Required fields are marked *