ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଗର୍ଜିଲା ବିଜେଡି । ନୟାଗଡ଼ ପୈାରାଞ୍ଚଳ ଏବଂ ସଦର ବ୍ଲକ ର ଶହ ଶହ ଛାତ୍ର , ଯୁବ ଓ ମହିଳା ବିଜେଡି କର୍ମୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଥିଲେ । ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ଏକ ରାଲିରେ ବାହାରି ବସ ଷ୍ଟପ ଦେଇ ବ୍ଲକ ଏବଂ ପୈାରପାଳିକା ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ କରିଥିଲେ । ମୋଦି ସରକାର ଡାଉନ୍ ଡାଉନ୍ , ଉଜ୍ଜ୍ୱଳା ଯୋଜନା କୁଆଡେ ଗଲା ନାରାବାଜି କରିବା ସହ ନୟାଗଡ଼ ବିଡ଼ିଓ ଭିକାରୀ ସାହୁ ଏବଂ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ କଟକ ଆରଡିସି ଙ୍କୁ ଦାବିପତ୍ର ଦେଇଥିଲେ । ଏହି ଆନ୍ଦୋଳନ ରେ ନୟାଗଡ ବ୍ଲକ ମହିଳା ସଭାନେତ୍ରୀ ସୁମତି ପରିଡା, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ସାହୁ, ବ୍ଲକ ସଭାପତି ଦୁର୍ଯୋଧନ ବେହେରା , ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।