ବ୍ଲକ୍ ସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଓ ତାଲିମ ଶିବିର ଅନୁଷ୍ଠିତ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜରପଡା ର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବ୍ଲକ୍ ସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡିପଦା ବ୍ଲକ୍ ଅଞ୍ଚଳ ର ଜରପଡା, ତୁକୁଡ଼ା, ଛେଣ୍ଡିପଦା ସମେତ ଅନେକ ଗ୍ରାମରୁ ୩୦ ଜଣ ରୁ ଉର୍ଦ୍ଧ ଗୋପାଳକ ଶିବିରରେ ଯୋଗ ଦେଇଥିବା ସମୟରେ , ପ୍ରଶିକ୍ଷକ ଭାବେ ଛେଣ୍ଡିପଦା ବ୍ଲକ୍ ପ୍ରାଣୀ ଚିକିତ୍ସ। ଅଧିକାରି ଡାକ୍ତର ବିକାଶ ରଞ୍ଜନ ବେହେରା, କଣିହାଁ ବ୍ଲକ ପ୍ରାଣୀ ଚିକିତ୍ସ। ଅଧିକାରୀ ଡ଼ାକ୍ତର ରାଜେଶ କୁମାର କବି, ରେଙ୍ଗାଳି ପ୍ରାଣୀ ଚିକିତ୍ସ। ଅଧିକାରୀ ଡାକ୍ତର କମୋଳ ଲୋଚନ ଦାସ, ଛେଣ୍ଡିପଦା ବ୍ଲକ୍ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଲ୍ଲବୀ ପ୍ରିୟଦର୍ଶିନୀ ଦାସ ପ୍ରମୁଖ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ଦେଇଥିଲେ । ୨୨ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଛେଣ୍ଡିପଦା ବ୍ଲକ୍ ର ପ୍ରାଣୀ ବିକାଶ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *