ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ଦାବୀ ପୂରଣ ପାଇଁ ପୁଣି ଆନ୍ଦୋଳନରେ ଜନସାଧାରଣ । ରେଳରୋକ କରିବାକୁ ମଧ୍ୟ ପଛେଇଲେ ନାହିଁ ଜନତା । ରାସ୍ତା ଖଣ୍ଡିଏ ପାଇଁ 5 ପଞ୍ଚାୟତର ଜନସାଧରଣ ହନ୍ତସନ୍ତ ହେଉଥିଲେ ମଧ୍ୟ ଦୁଃଖ ବୁଝି ନଥିଲେ ରେଳ ବିଭାଗର କର୍ତ୍ତୃପକ୍ଷ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଡ କେରାଜାଙ୍ଗ ଠାରେ । ବଡ ବଡ ବାବୁ ମାନଙ୍କ ନଜରରେ ରହିଛି ବଡ କେରାଜାଙ୍ଗ ରେଲୱେ ଷ୍ଟେସନ ଅଧୀନରେ ଥିବା ପାରିପରା LHS 92 ଗେଟ । ଗେଟ ଉଛେଦ କରିବାକୁ ବାରମ୍ବାର ପ୍ରୟାସ କରୁଥିଲେ ବି ବାବୁ ମାନେ ବିଫଳ ହୋଇଥିଲେ । ଏହି କାର୍ଯ୍ୟକଳାପକୁ ବିରୋଧ କରି ଜନସାଧରଣ ଏହାର ପ୍ରତିବାଦରେ ରେଳ ରୋକ କରିଥିଲେ । ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଅନୁଗୋଳ ଜିଲ୍ଲାପାଳ ଏବଂ ସ୍ଥାନୀୟ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏହାର ଫଳପ୍ରଦ କିଛି ଜଣା ନପଡିବାରୁ ଶେଷରେ ନିରାଶ ହୋଇ ରେଳ ରୋକ କରିଥିଲେ ଜନସାଧାରଣ । ପାରିପରା LHS 92 ଗେଟର ଟ୍ରାକ ଉପରେ ବସି ଲାଲ ପତାକା ମାରି ପ୍ରାୟ 2 ଘଣ୍ଟା ରେଳ ରୋକ କରିଥିଲେ । ରେଲୱେ ପୋଲିସ ଏବଂ ସ୍ଥାନୀୟ ପୋଲିସ ଆସି ବୁଝାସୁଝା କରିଥିଲେ ମଧ୍ୟ ରେଳ ଟ୍ରାକ ଉପରୁ ହଟିନଥିଲେ ଜନସାଧାରଣ । ଶେଷରେ ଅନୁଗୋଳ ଉପଜିଲାପାଳ, sdpo, ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁଇ ଘଣ୍ଟା ଆଲୋଚନା କରିଥିଲେ । LHS 92 ଗେଟକୁ ନହଟିବାର ପ୍ରତିଶୃତି ଦେବା ଫଳରେ ଜନ ସାଧାରଣ ରେଲୱେ ଟ୍ରାକଉପରୁ ହଟିଥିଲେ । ଏହାପରେ ରେଳ ଗମନାଗମନ ଚାଲୁ ରହିଥିଲା ।