ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକ ସଭା ।

0
261

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦକ୍ଷିଣ ଓଡିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ ବ୍ୟାୟାମଶାଳା ପରିସରରେ କ୍ରିଏଟିଭ ଆର୍ଟସ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଶୋକସଭା କରାଯାଇଥିଲା । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଠ ନାଟ୍ୟକାର ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଅର୍ଜୁନନାୟକ, ନିର୍ଦ୍ଦେଶକ ତଥା ଅଭିନେତା ମନୋଜ କୁମାର ପାଢ଼ୀ, ଆଦର୍ଶ ଦାଶ, ସ୍ୱର୍ଗୀୟ ପ୍ରବୀଣ ପଣ୍ଡାଙ୍କ ଭାଇ ତଥା ଅଭିନେତା ପ୍ରମୋଦ ଚନ୍ଦ୍ର ପଣ୍ଡା, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଆଇନଜୀବି ଏମ ପୃଥ୍ବୀରାଜ, ରଜତ କୁମାର ପାତ୍ର, ମାତାଙ୍ଗୀନି ଗୁରୁ, ସୁଜିତ ପାଣିଗ୍ରାହୀ, ହରିହର ପଟ୍ଟନାୟକ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୂଖଙ୍କ ସମେତ ବହୁ ନାଟ୍ୟପ୍ରେମି କଳାକାରମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ମୃତି ଚାରଣ ଓ ନୀରବ ପ୍ରାର୍ଥନା କରିଥିଲେ। ସ୍ୱର୍ଗତ ପଣ୍ଡା ଏକାଧାରରେ ଜଣେ ନାଟ୍ୟକାର, କଳାକାର, ନାଟ୍ୟ ସଂଗଠକ, ନିର୍ଦ୍ଦେଶକ ରହିଥିବା ବେଳେ ଶତାଧିକ ନାଟକରରେ ନିଜ ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ . ୫୦ରୁ ଉର୍ଦ୍ଧ ସାମାଜିକ ନାଟକରେ ନିର୍ଦ୍ଦେଶନା, ସଚେତନତା ମୁଳକ ନାଟକ ସମେତ କର୍ମମୟ ଜୀବନରେ ଜଣେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ। ସେ ଶିକ୍ଷକତା ଜୀବନରେ ଯେଉଁ ସ୍ଥାନକୁ ସ୍ଥାନାନ୍ତିରିତ ହେଉଥିଲେ ବା ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଉନ୍ନତମାନର ପାଠ ପଢ଼ାଇବା ସହ ସେହି ଗ୍ରାମରେ ନାଟ୍ୟ ମଣ୍ଡଳୀ ଗଠନ କରି ନାଟକକୁ ବଞ୍ଚାଇ ରଖୁଥିଲେ। ସମ୍ପ୍ରତି ଟେଲିଭିଜନ ଓ ଅନଲାଇନ ସିନେମା ଯୁଗରେ ମଧ୍ୟ ନାଟକକୁ ବଞ୍ଚାଇବା ପାଇଁ ତାଙ୍କ ଉଦ୍ୟମକୁ ମନେ ପକାଯାଇଥିଲା ଏହା ସହ ସେ ବିଭିନ୍ନ ଜାତୀୟ ନାଟକ ପ୍ରତିଯୋଗିତା ଆଲାହାବାଦ ପ୍ରଭୁତି ସ୍ଥାନରେ ମଧ୍ୟ ନାଟକ ପରିବେଶନ କରୁଥିଲେ। ସବୁଠାରୁ ମୁଖ୍ୟ କଥା ହେଲା ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହର ଏକ ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରେ ଓଡ଼ିଆ ନାଟକ କୁ ପରିବେଷଣ କରିବାରେ ମାହୀର ଥିଲେ। ସଂଗଠନ ଠାରୁ ଆରମ୍ଭ କରି କଳାକାରଙ୍କୁ ଯୋଗାଡ କରିବା ଆଦି କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଉପସ୍ଥିତ ଅତିଥିମାନେ ମତଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ତାଙ୍କ ବିୟୋଗରେ ଜିଲ୍ଲାର ସମସ୍ତ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ଶୋକ ସଭାରେ ବାହାରେ ରହୁଥିବା ତାଙ୍କ ବନ୍ଧୁ ମାନେ ଭିଡ଼ିଓ କଲ ମାଧ୍ୟମରେ ଶୋକ ପ୍ରକଟ କରିଥିଲେ। ଉପସ୍ଥିତ ସମସ୍ତ କଳାକାର, ନାଟ୍ୟ ଗୁରୁ, ସଙ୍ଗୀତ ଗୁରୁ ମାନେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୂର୍ଚ୍ଚନା କଳାପରିଷଦ ର ହରିଦାଶ ପାଣିଗ୍ରାହୀ ଏବଂ ସମଲେଇ ନୃତ୍ୟକଳା ପରିଷଦର ବାଳକୃଷ୍ଣ ପାଣିଗ୍ରାହୀ, ଏବଂ ଗଜପତି ଡ୍ୟାନ୍ସ ଟାଲେର ରାଜୁ ପାତାଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here