ଦାଦନ ହେଲା କାଳ : କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଶ୍ରମିକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଶେଷଦେବ ବେହେରା । ସୂଚନା ମୁତାବକ ଶେଷଦେବ ଦୀର୍ଘ ୧୦ ବର୍ଷ ହେବ କେରଳର ଥ୍ରୀଶୁର ସହରରେ ଶ୍ରୀ ମେନନ ନାମକ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ । ତେବେ କରୋନା ଲାଗି ଦୀର୍ଘ ମାସ ହେବ ଘରେ ବସିଲା ପରେ ଗତ ବର୍ଷ ଜାନୁଆରୀ ମାସରେ ପୁନଶ୍ଚ ସେ କାମ ପାଇଁ କେରଳ ଯାଇଥିଲେ । ଆଜି ସକାଳେ କମ୍ପାନୀ ଗାଡ଼ି ତାଙ୍କୁ କାମ ନିମନ୍ତେ ନେବାକୁ ଆସିଥିବା ବେଳେ ସେ ଏକ ଚା’ ଦୋକାନରେ ଚା’ ପିଇ ବାହାରିଲା ବେଳକୁ ଅଚେତ ହୋଇ ତଳେ ପଡି ଯାଇଥିଲେ । କମ୍ପାନୀ ପକ୍ଷରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଥିବାର ତାଙ୍କ ପତ୍ନୀ ସସ୍ମିତା ବେହେରାକୁ କମ୍ପାନୀ ସୂଚନା ଦେଇଥିଲା । ତେବେ ମୃତ୍ୟୁ କିପରି ହେଲା ସେ ବିଷୟରେ ତାଙ୍କ ପତ୍ନୀ ଅବଗତ ନଥିବାର କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପତ୍ନୀ ସସ୍ମିତା କହିଛନ୍ତି । ଅପରପକ୍ଷେ ସସ୍ମିତା ଅତି ଗରିବ ହୋଇଥିବା ବେଳେ ତାଙ୍କର ବୟସ୍କ ଶାଶୁ ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ଏକ ଭଡ଼ାଘରେ ରହୁଥିବାର କୋହଭରା କଣ୍ଠରେ ଗଣମାଧ୍ୟମକୁ କହିଛନ୍ତି । ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ସ୍ୱାମୀ ଶେଷଦେବଙ୍କ ଅକାଳ ବିୟୋଗ ପରେ ସସ୍ମିତା ଭାଙ୍ଗି ପଡିଛନ୍ତି । ବର୍ତ୍ତମାନ ଚଳିବା ପାଇଁ ଏବଂ ପିଲାଙ୍କ ଭବିଷ୍ୟତ ଗଢିବାରେ କମ୍ପାନୀ ସହଯୋଗ କରୁ ବୋଲି ସସ୍ମିତା ଦାବି କରିଛନ୍ତି । ଶେଷଦେବଙ୍କ ମର ଶରୀର ଆଜି ତାଙ୍କ ଗ୍ରାମକୁ ଆସିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *