ପେଶା ଚିକିତ୍ସା ହେଲେ ନିଶା ସଙ୍ଗୀତ !!

0
256

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର ଯୁବ ଡାକ୍ତର ନରସିଂହ ପ୍ରସାଦ ଚରତିଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ଓ ବ୍ୟକ୍ତିତ୍ୱ ଯୋଗୁଁ ଜାତୀୟ ସ୍ତରର “ଇଣ୍ଡିଆନ ବୁକ ଅଫ ରେକର୍ଡ” ପକ୍ଷରୁ ୨ ଗୋଟି ଭାରତୀୟ ସମ୍ମାନ ସୂଚକ ଉପାଧି “ଇଣ୍ଡିଆନ ଏକ୍ପଲେନ୍ସି ଆୱାର୍ଡ” ଏବଂ “ଇଣ୍ଡିଆନ ହ୍ୟୁମାନଟାରିଆନ ଆୱାର୍ଡ”ରେ ଭୂଷିତ କରାଯାଇ ୨ଟି ଗୌରବମୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଦୁଇଟି ଭାରତୀୟ ସମ୍ମାନସୂଚକ ଉପାଧି ଯଥା:-“ଇଣ୍ଡିଆନ ଏକ୍ସଲେନ୍ସି ଆୱାର୍ଡ” ଏବଂ “ଇଣ୍ଡିଆନ ହ୍ୟୁମାନଟାରିଆନ ଆୱାର୍ଡ” ଡାକ୍ତର. ଚରତିଙ୍କୁ  ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଦାନ କରାଯାଇଥିଲା । ସେଠାରେ ଏହି ନିପୁଣ-ପ୍ରତିଭା ଚିହ୍ନଟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ ଡଃ-ଡିଭିଏନଆର : ଏସ୍ ଏସ୍ ଏସ୍ . ବାରା ପ୍ରସାଦ  ବିଚାରକ ଭାବେ ଉପସ୍ଥିତ ଥିଲେ । ଏହି ସମ୍ମାନ-ସୂଚକ ଉପାଧି ଯୁବ-ଡାକ୍ତର ନରସିଂହ ପ୍ରସାଦ ଚରତିଙ୍କୁ “ଇଣ୍ଡିଆନ ବୁକ ଅଫ ରେକର୍ଡର ପ୍ରତିଷ୍ଠାତା ସମ୍ପାଦକ ଡ. ବିବେକାନନ୍ଦ ବାବୁ କେ, ପ୍ରଦାନ କରିଥିଲେ । ମୁଖ୍ୟତଃ ଭାବେ ଯୁବ-ଡାକ୍ତର ନରସିଂହ ପ୍ରସାଦ ଚରତୀ ଅତି କମ୍ ବୟସରେ ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ତାଙ୍କର ସଙ୍ଗୀତ, ତବଲା-ବାଦନ ଓ ସମାଜ ସେବା କ୍ଷେତ୍ରରେ ଅନେକ ନିଶା ଭରିରହିଛି । ଦେଶବ୍ୟାପୀ କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଅହରହ ସମାଜ ସେବା କରି ଆସିବା ସହ, ରୋଗୀ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ତାଙ୍କର ଆନ୍ତରିକ ମନୋଭାବର ନିଃସ୍ୱାର୍ଥପର ସେବା ତାଙ୍କୁ ଆଣିଦେଇଛି ଏହି ଦୁଇଟି ଜାତୀୟ ସମ୍ମାନ ପାଇବାର ଅଧିକାରୀ ଭାବେ । ଜାତୀୟ ସ୍ତରରେ ତାଙ୍କର ଏହି ଗୌରବମୟ କୃତିତ୍ୱ ହାସଲ କରିଥିବା ଯୋଗୁଁ ଡାକ୍ତର ଚରତୀଙ୍କୁ ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here