ପ୍ରଭାତ ତ୍ରିପାଠୀଙ୍କୁ ଅଦାଲତି ଝଟକା : ପିଟିସନ ଖାରଜ କଲେ ମାନ୍ୟବର ହାଇକୋର୍ଟ !!!

Spread the love

!!! ଗୋଟିଏ ଦିନରେ ଅର୍ଥତତ୍ତ୍ୱ କେଶ ସମ୍ପର୍କୀତ ଦୁଇଟି ଅପଡେଟ : ପ୍ରଦୀପ ସେଠୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କୁ ଅଦାଲତି ଝଟକା . ଅର୍ଥତତ୍ତ୍ୱ ଚିଟଫଣ୍ଡ କେଶ ସମ୍ପୃକ୍ତି ନେଇ ସିବିଆଇ ର ଏଫଆଇଆର ରଦ୍ଦ କରିବା ପାଇଁ ମାନ୍ୟବର ଅଦାଲତଙ୍କ ପାଖରେ କରିଥିବା ଆବେଦନ ଖାରଜ ହୋଇଯାଇଛି . ଅନ୍ୟ ପକ୍ଷରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଘୋଟଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ଉଚ୍ଚ ନ୍ୟାୟାଳୟ . ମାନ୍ୟବର ଅଦାଲତ ପ୍ରଭାତ ତ୍ରିପାଠୀଙ୍କର ପିଟିସନ ଖାରଜ କରିବା ପରେ ଏବେ ତଦନ୍ତକାରୀ ସଂସ୍ଥା ଆଗକୁ ତଦନ୍ତ ବଢାଇବ ବୋଲି ସିବିଆଇ ର ଓକିଲ ସାର୍ଥକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି . ବାଙ୍କୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ ପ୍ରଥମ ରାଜନୈତିକ ବ୍ୟକ୍ତି ଭାବରେ ଚିଟଫଣ୍ଡ ଘୋଟଲା ରେ ଛନ୍ଦି ହୋଇ ଗିରଫ ହୋଇଥିଲେ . ପରବର୍ତ୍ତୀ ସମୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ . ତେବେ ଚିଟଫଣ୍ଡ କେଶ ରେ ଗିରଫ ହେବା ପରେ ପ୍ରଭାତ ତ୍ରିପାଠୀଙ୍କ ରାଜନୈତିକ କ୍ୟାରିୟର ଦୋଛକି ରେ ପଡି ଯାଇଥିଲା . ଏପରିକି ଦଳ ମଧ୍ୟ ତାଙ୍କ ଉପରେ ଭରସା କରି ରିସ୍କ ନେବାକୁ ଚାହିଁଲା ନାହିଁ . ୨୦୧୯ ସାଧାରଣ ନିର୍ବାଚନରେ ବାଙ୍କୀ ରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି . ସିବିଆଇ ର ପଞ୍ଝା ଢିଲା ହେବାର ଦେଖି ମାମଲାରେ ଏକ ଆଇନଗତ ଟୁଇଷ୍ଟ ପାଇଁ ପିଟିସନ ଦାଖଲ କରି ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ ପ୍ରଭାତ ତ୍ରିପାଠୀ . ହେଲେ ମାନ୍ୟବର ଅଦାଲତଙ୍କ ନିଷ୍ପତ୍ତି ପରେ ଏବେ ସବୁ ଫସର ଫାଟିଥିବା କଥା ଆଲୋଚନା ହେଉଛି .

ଚିଟଫଣ୍ଡ ସମ୍ପୃକ୍ତି ଘଟଣା ପରେ ବିଜେଡି ତରଫରୁ ପ୍ରଭାତ ତ୍ରିପାଠୀଙ୍କ ଉପରେ ନିଆଯାଇଥିବା ନିଲମ୍ବନ ଆଦେଶ ମଧ୍ୟ ଏ ଭିତରେ ପ୍ରତ୍ୟାହାର ହୋଇ ସାରିଛି . ବାଙ୍କୀ ରେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ସୁଦ୍ଧା ନିଜ ପୁଅ ବିଧାୟକ ହେବା ପରେ ବାଙ୍କୀର ଶାସନ କ୍ଷମତାକୁ ନିଜ ହାତ ମୁଠାରେ ରଖିଥିଲେ ପ୍ରଭାତ ବାବୁ . ରାଜନୈତିକ ସଭା ସମିତି ଠାରୁ ଆରମ୍ଭ କରି ଉଦଘାଟନ, ଶିଳାନ୍ୟାସ, ମିଶ୍ରଣପର୍ବ ସବୁଥିରେ ତାଙ୍କର ଥିଲା ଲିଡ଼ ରୋଲ . ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ସମୟରେ ବାଙ୍କୀ ରେ ମିଶନ କ୍ଲିନ ସୁଇପ ଟାର୍ଗେଟ ନେଇ ଆସନ୍ତା ୨୦୨୪ ପାଇଁ ଥିଲା କମବ୍ୟାକ ଯୋଜନା . ହେଲେ ମାନ୍ୟବର ଅଦାଲତଙ୍କ ରାୟ ପରେ ଏବେ ସେ ଆଶା କ୍ଷୀଣ .

Leave a Reply

Your email address will not be published. Required fields are marked *