ଫାଟିଲା ପାଉଁଶ ପାଇପ : ଯାତାୟାତ ଠପ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା କଣିହାଁ, ଏନଟିପିସି ପ୍ରକଳ୍ପ ରେଲୱେ ଲାଇନ କଡ଼ ଦେଇ ଯାଇଥିବା ପାଉଁଶ ପାଇପ୍ ସୋମବାର ସକାଳେ ଫାଟି ଯାଇଛି । ଫଳରେ ଆଜି ସକାଳୁ ବଲାଙ୍ଗୀ ବି କଲୋନୀ ବସ୍ତି ବାସିନ୍ଦାଙ୍କ ଯାତାୟତ ଠପ୍ ହୋଇଛି । ଏନଟିପିସି ପ୍ରକଳ୍ପ ରେଲୱେ ଲାଇନ କଡେ କଡେ ତାଳଚେର କୋଇଲା ଖଣିକୁ ଏହି ପାଇପ ଲାଇନ ସଂଯୋଗ ହୋଇଛି ।‌ ବଲାଙ୍ଗୀ ବି କଲୋନୀରେ ପ୍ରାୟ ୩୦ ପରିବାରର ୧୮୦ ଜଣ ପୁରୁଷ / ମହିଳା ବସବାସ କରିଥାନ୍ତି । ବସ୍ତିକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା ରହିଛି । ମୁଖ୍ୟ ରାସ୍ତାରେ ଏହି ପାଉଁଶ ପାଣି ପ୍ରବଳ ମାତ୍ରାରେ ପଡୁଥିବାରୁ ସ୍ଥାନୀୟ ଅଧିବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ବସ୍ତି ଲୋକ ନିଜ କର୍ମସଂସ୍ଥାନ କୁ ନଯାଇ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି । ତେବେ ପାଇପର ସଠିକ ରକ୍ଷଣାବେକ୍ଷଣ କିମ୍ବା ଯାଞ୍ଚ୍ ନକରିବା ଫଳରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *