ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛି । ସୂଚନା ମୁତାବକ ଭୀମପୁର ଗ୍ରାମ ନୂଆପାଟଣା ସାହିର ସ୍ୱାଧୀନ ପ୍ରଧାନଙ୍କ ପୁତ୍ର ସ୍ମୃତିପ୍ରକାଶ ପ୍ରଧାନ (୯) ଆଜି ଅପରାହ୍ନରେ ଘର ବାରିପଟକୁ ଯାଇଥିବା ବେଳେ ବାରିପଟେ ଥିବା ପୋଖରୀରେ ବୁଡି ଯାଇଥିଲେ। ସ୍ମୃତିପ୍ରକାଶ ପୋଖରୀ ପାଣିରେ ବୁଡି ଯାଇଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ନାବାଳକକୁ ପରିବାର ଲୋକେ ତୁରନ୍ତ ପୋଖରୀରୁ ଉଦ୍ଧାର କରିଥିଲେ ମଧ୍ୟ ତାହାର ଜୀବନ ବଞ୍ଚାଇ ପାରିନଥିଲେ । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ମୃତିଙ୍କ ଶବକୁ ଜବତ କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ ନମ୍ବର ୨୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥବାର ଜଣାପଡିଛି ।
ପୋଖରୀରେ ବୁଡି ୯ ବର୍ଷ ନାବାଳକର ପ୍ରାଣଗଲା !!!

