ଅଖଣ୍ତ ଚେତନା ଧ୍ୱନୀଯଜ୍ଞ ଅନୁଷ୍ଠିତ !!!

0
184

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକ ଅନ୍ତର୍ଗତ ପାଥପୁର ଏବଂ କୁସୁପଙ୍ଗି ଗ୍ରାମ ଦ୍ଵୟର ମଧ୍ୟସ୍ଥଳରେ ରହିଛି ପୌରାଣିକ ଓ ଐତିହାସିକ ଗାଥା ବହନ କରୁଥିବା ପୀଠ ପାଣ୍ତବ ଗୁମ୍ଫା । ସ୍ଥାନଟି ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ , ଗବେଷକ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । କିଛିବର୍ଷ ହେବ ‘ଅନାହତ ଗୁମ୍ଫା ସଂକ୍ରାନ୍ତି ଗୋଷ୍ଠି’ ର ଭକ୍ତମାନଂକ ଦ୍ୱାରା ପ୍ରତିବର୍ଷ ପାହାଡର ଶେଷ ଭାଗରେ ଜଗତକଲ୍ୟାଣ ନିମନ୍ତେ ଅଖଣ୍ତ ଚେତନା ଧ୍ୱନୀଯଜ୍ଞ ଅନୁଷ୍ଠିତ ହେଉଛି । ଚଳିତ ମାସର ପାଣ୍ତୁ ପୂର୍ଣ୍ନିମା ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଯଜ୍ଞ ଉତ୍ସବ ଦକ୍ଷିଣ କବାଟ ସନିକଟ ଅନାହତ ଗୁମ୍ଫା ପରିସରରେ ସମାପନ ହୋଇଛି । ଆମ ପରିବାର ଚକ୍ରର ଅଧ୍ୟକ୍ଷ କୁମାର ଅମୀୟଙ୍କ ପୌରହିତ୍ୟରେ ଯଜ୍ଞକାର୍ଯ୍ୟ ସୂଚାରୁ ରୁପେ ସଂପାଦନ ହୋଇଥିଲା । ଗୋଷ୍ଠୀ ପରିଚାଳକ ସୁଶାନ୍ତ କୁମାର ବେଉରା, ଗମନ ସ୍ୱାଇଁ , ପ୍ରତାପ ବେଉରା, ବିନୋଦ ଘଡେଇ ପ୍ରମୁଖଙ୍କ ସହ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରତ୍ୟହ ସଂଧ୍ୟାରେ ଭଜନ କୀର୍ତ୍ତନ ନାମଯଜ୍ଞରେ ଗୁମ୍ଫାର ପରିବେଶ ଉତ୍ସବ ମୁଖରିତ ହେଉଥିଲା । ଯଜ୍ଞ ପୂର୍ଣ୍ନାହୁତିରେ ନିଃସନ୍ତାନ ମାନସିକଧାରୀମାନେ ଚରୁ ଅନ୍ନ ଗ୍ରହଣ କରିଥିଲେ । ଅବହେଳିତ ଉକ୍ତ ପର୍ଯ୍ୟଟନ ସ୍ଥାନଟିର ଐତିହ୍ୟ ଆବିଷ୍କାର ଓ ପୁନୋରୁଦ୍ଧାରର ଉନ୍ନତିକରଣ ଉପରେ ଗବେଷକ ଓ ସରକାର ଧ୍ୟାନଦେବା ଦରକାର ।

LEAVE A REPLY

Please enter your comment!
Please enter your name here