ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୋଲିସ ମଙ୍ଗଳବାର ଦିନ ସୁନ୍ଦରପୁର ତଳ ସାହିରେ ଏକ ଗ୍ରୋସରୀ ଦୋକାନ ଭଙ୍ଗାରୁଜା କରିବା ସହିତ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି . ଟାଙ୍ଗୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ୩ ଜଣ ହେଲେ ସୁନ୍ଦରପୁର ଗ୍ରାମର କାଶୀନାଥ ପରିଡା, ବୁଲୁ ପରିଡା ଓ ମାଡ ଖାଇଥିବା ଯୁବକ ଲିପୁ ମହାରଣା . ସୁନ୍ଦରପୁର ତଳ ସାହିରେ କେତେକ ଲୋକ ମାଡ ମାରିଥିବା ଭିଡିଓ ଗତକାଲି ଭାଇରାଲ ହୋଇଥିଲା । ଟାଙ୍ଗୀ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ମାଡ ମରା ଓ ଗ୍ରୋସରୀ ଦୋକାନ ଭଙ୍ଗାରୁଜା ଭିଡିଓ ଭାଇରାଲ ଘଟଣାରେ ତିନି ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ !!!

