ନା ଶୁଣୁଛି ମୁନିସିପାଲିଟି ନା ଅଭିଯୋଗ ଶୁଣୁଛନ୍ତି ଜିଲ୍ଲାପାଳ !!!

0
276

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଭିଯୋଗ କଲେ ବି ନା ଶୁଣୁଛି ନୟାଗଡ଼ ମ୍ୟୁନିସିପାଲଟି ନା ଶୁଣୁଛନ୍ତି ଜିଲ୍ଲାପାଳ । ଏପରି ଏକ ଅଭିଯୋଗ ଆସିଛି ନୟାଗଡ଼ ମ୍ୟୁନିସିପାଲଟି ର ଦୁଇ ନମ୍ବର ଓ୍ୱାର୍ଡ ଦିଆନିକ ବନ୍ଦ ସାହିରୁ । ଏହି ୱାର୍ଡରେ ଏକ ଘରୋଇ କ୍ଲିନିକ୍ ଖୋଲା ଯାଇଛି । ଯାହାର ମଇଳା ପାଣିକୁ ମ୍ୟୁନିସିପାଲଟି ର ଡ୍ରେନ ରେ ଛଡାଯାଇଛି । ଏହି ପାଣି ଆସିବା ଦ୍ୱାରା ଗନ୍ଧରେ ଲୋକମାନେ ରହିପାରୁ ନାହାନ୍ତି । ଡ୍ରେନ ଉପରେ ସ୍ଲାବ ପଡ଼ିଥିଲେ ମଧ୍ୟ ତାହା ମଝିରେ ଫାଙ୍କ ଥିବାରୁ ସେ ମଧ୍ୟ ଦେଇ ଭବିଷ୍ୟତରେ ପୋକଯୋକ ଆସିବାର ସମ୍ଭାବନା ଅଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ ନା ଶୁଣୁଛନ୍ତି ଜିଲ୍ଲାପାଳ, ମ୍ୟୁନିସିପାଲଟି, ସବ କଲେକ୍ଟର , ସିଡିଏମଓ । ଏହି କ୍ଲିନିକ ରେ ନୟାଗଡ ଜିଲ୍ଲାର ବହୁ ବଡବଡିଆ ପାର୍ଟନର ଥିବା ଗୁପ୍ତ ଏଗ୍ରିମେଣ୍ଟ ହୋଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ସାହି ବାସିନ୍ଦା ଙ୍କ କଥା ବୁଝିବ କିଏ । ଏହି କ୍ଲିନିକ ର ମଇଳା ପାଣି ଅନ୍ୟତ୍ର ଛାଡିବା ପାଇଁ ଦାବି କରିଛନ୍ତି ସାହି ବାସିନ୍ଦା ମାନେ ।

LEAVE A REPLY

Please enter your comment!
Please enter your name here