ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହାକୁମା ସ୍ଥିତ ଜାନକୀ ବଲ୍ଲଭ ପାର୍କ ଠାରେ ସମାଜ ସେବୀ ତଥା ପାର୍କର ମୁଖ୍ୟ ପରିଚାଳକ ସଂଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଆସାମ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର , ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇ ପ୍ରବାଦ ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ . ସର୍ବ ପ୍ରଥମେ ଏ କଳି କାଳ ଯୁଗରୁ ରକ୍ଷା ପାଇବା ପାଇଁ ଇସ୍କନର ବ୍ରହ୍ମଚାରୀଙ୍କ ଦ୍ଵାରା ହରିନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ !!!

