ଦୁଃଖ ବୁଝିଲାନି ପ୍ରଶାସନ : ବିନା ଟଙ୍କା ରେ ମିଳିପାରୁନି କୋୖଣସି ସରକାରୀ ସହାୟତା !!!

0
571

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଓରତି ପଞ୍ଚାୟତ କୃଷ୍ଣଦାଶପୁର ରେ ଦେଖିବାକୁ ମିଳିଛି ଏପରି ନିନ୍ଦନୀୟ ଘଟଣା . ଏହି ଗ୍ରାମରେ ଗୋଟିଏ ଝୁମ୍ପୁଡି ଚାଳ ଘରେ ନିର ମଳିକ ନାମକ ଜଣେ ବୃଦ୍ଧା ନିଜର ପୁଅ ବାବାଜୀ ଚରଣ ମଳିକ ଓ ବୋହୁ ଲତା ମଳିକ ଦୁଇ ନାତି ନାତୁଣୀ ଙ୍କୁ ନେଇ ରହି ଆସୁଛନ୍ତି || ପୁଅ ବାବାଜୀ ଦିନ ମଜୁରୀଆ କାମ କରି ନିଜର ପରିବାର କୁ ଦୁଃଖ କଷ୍ଟେ ଚଳାଇ ଆସୁଥିଲା ବେଳେ କୋରନା ମହାମାରୀ ର ଲକ ଡାଉନ , ସର୍ଟଡାଉନ ରେ ସମ୍ପୂର୍ଣ ଘରେ ହାତ ବାନ୍ଧି ବସିଛନ୍ତି || ଏବେ ଘରର ସମ୍ପୂର୍ଣ ଦାୟିତ୍ୱ ପୁଅ ବାବାଜୀ ଙ୍କ ଉପରେ || ଗୋଟିଏ ଚାଳ ଝୁମ୍ପୁଡି ରେ ବୃଦ୍ଧା ମା ଓ ଛୋଟ ଛୋଟ ପିଲାଙ୍କୁ ନେଇ ଶୀତ , କାକର ,ବର୍ଷା ,ଖରା ଖାଇ ଜୀବନ କାଟିବା ଯେ କେତେ କଷ୍ଟ ଥରେ ନିଜେ ଅନୁଭବ ନକଲେ କେହି ଜାଣି ପାରିବେନି || ସରକାର ଙ୍କୁ ଘର ଟିଏ ପାଇଁ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ସରକାରୀ ବାବୁ ମାନଙ୍କ ଆଖିରେ ପଡିପାରୁନି ବାବାଜୀ ଙ୍କ ଦୁଃଖ || ଏଭିତରେ କେତେବେଳେ ସରକାରୀ ବାବୁ ମାନେ ବାବାଜୀ ଙ୍କୁ ଲାଞ୍ଚ ମାଗୁଛନ୍ତି ତ କେତେବେଳେ ବାବାଜୀ ମନ୍ତ୍ରୀ ଙ୍କ ନିକଟକୁ ନେଇଥିବା ଅଭିଯୋଗ ପତ୍ର କୁ ଚିରିକି ନଷ୍ଟ କରି ଦେଉଛନ୍ତି | ଏ ସବୁକଥା ଆମେ କହୁନୁ ବାବାଜୀ ଙ୍କ ପରିବାର ଲୋକେ ସିଧା ସଳଖ ଆମ ପ୍ରତିନିଧି ଙ୍କ ଆଗରେ ଅଭିଯୋଗ କରିଛନ୍ତି ||

LEAVE A REPLY

Please enter your comment!
Please enter your name here