ଆଜିଠାରୁ ଚିଲିକାରେ ହେବ ପକ୍ଷୀଗଣନା : ନିୟୋଜିତ ହେବେ ୨୧ ଟି ଟିମ୍ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏସିଆର ବୃହତ୍ତମ ଲବଣ ଜଳ ହ୍ରଦ ଚିଲିକା କୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ । ତେବେ ଆଜିଠାରୁ ଆନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ମୃତ୍ତିକା ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି । ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଏବଂ ନୂଆପଡା ଆଦି ଅଞ୍ଚଳରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ । ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି ।

ସେହିପରି ଭାବେ ସିଡ଼ିଏ ଦ୍ୱାରା ମନୋନୀତ ହୋଇଥିବା ମୁମ୍ବାଇ ସ୍ଥିତ ବିଏନଏଚଏସ ର ନିର୍ଦ୍ଦେଶକ ଡ଼ା ବିଭଷ ପାଣ୍ଡଵ, ଆରସିସିଏଫ ବ୍ରହ୍ମପୁର, ପ୍ରଶାନ୍ତ କୁମାର ମିଶ୍ର, ଡ଼ିସିଏଫ ବନ୍ୟପ୍ରାଣୀ, ସୌମ୍ୟକ ସାମନ୍ତରାୟ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଉକ୍ତ ତିନି ଅଧିକାରୀଙ୍କ ସମେତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲ, ଏସିଏଫ ଶରତ ଚନ୍ଦ୍ର ମିଶ୍ର, ସମସ୍ତ ପାଞ୍ଚ ଗୋଟି ରେଞ୍ଜର ରେଞ୍ଜ ଅଫିସର, ଓୟୁଏଟି ଛାତ୍ରଛାତ୍ରୀ, ପ୍ରଫେସର, ସାମାଜିକ କର୍ମୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ କାଲି ସନ୍ଧ୍ୟା ସୁଦ୍ଧା ପକ୍ଷୀଗଣନା ରିପୋର୍ଟ ହସ୍ତଗତ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *