ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡି ଶୁଭ ଉଦଘାଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ର ଉପଲଡାର ଉପ ବଜାର ପ୍ରାଙ୍ଗଣ ଠାରେ ଆଜି ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗୋଶାଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୋଗାଣ ଅଧିକାରୀ ଶତ୍ରୁଘ୍ନ ଗିରି, ତହସିଲଦାର ଅଚ୍ୟୁତାନନ୍ଦ ଜାନି,ଏ.ଆର.ସି. ସି ହରିହର ସେଠୀ, ଆର ଏମ୍ ସି ସମ୍ପାଦକ ଏଲ. ରଘୁବାବୁ,ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ।ଗଜପତି ଜିଲ୍ଲାର କ୍ରୟ କାରୀ ସଂସ୍ଥା ଭାବେ 44 ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି।ପରେ କୃଷକ ଭୋଜନାଳୟ କୁ ଉଦଘାଟନ କରିବା ପରେ ସଚେତନତା ପ୍ରଚାର ରଥ କୁ ଗଜପତି ଜିଲ୍ଲା ପାଳ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ସଚେତନତା ରଥ ଗଜପତି ଜିଲ୍ଲା ର ଗୋଶାଣି ବ୍ଳକ, ରାୟଗଡ ବ୍ଳକ, ଗୁମ୍ମା ବ୍ଳକ, କାଶୀ ନଗର ବ୍ଳକ 5 ଦିନ ଧରି ଚାଷୀଙ୍କୁ ସଚେତନତା କରାଇବ।ଚଳିତ ବର୍ଷ ଧାନ ର ସର୍ବ ନିମ୍ନ ସହାୟକ ମୂଲ୍ୟ ସରକାର ଙ୍କ ନିର୍ଦ୍ଧାରିତ ଦର ସାଧାରଣ ଧାନ 1940 ଟଙ୍କା ଥିବା ବେଳେ ସରୁ ଧାନର ମୂଲ୍ୟ 1960 ରହିଛି । ଚଳିତ ବର୍ଷ 5 ଲକ୍ଷ 61 ହଜାର 194 କ୍ୟୁଣ୍ଟାଲ ଧାନ କ୍ରୟ କରିବା ର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *