ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ MBK ଓ CRP ସଂଘ ପକ୍ଷରୁ ବିଭିନ୍ନ ଦାବିରେ ଦ୍ଵିତୀୟ ଦିନରେ ଗଣଧାରଣା ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ଜୀବିକା ମିଶନ୍ ର‌ ବ୍ଲକ ସ୍ତରୀୟ ମହାସଂଘର ସମ୍ପାଦିକାଙ୍କୁ ପଦରୁ ବହିଷ୍କାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁକିନ୍ଦା MBK ଓ CRP ସଂଘ କର୍ମଚାରୀ । ଏ ନେଇ ଆଜି ସଂଘ ପକ୍ଷରୁ ମହିଳା ମାନେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଦ୍ଵିତୀୟ ଦିନରେ ଧାରଣା ଦେବା ସହ ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଦ୍ଵିତୀୟ ଦିନରେ ଧାରଣାରେ ବସିଥିବା ମହିଳା କର୍ମଚାରୀ ମାନଙ୍କ ସହିତ ବ୍ଲକ ବିଡିଓ ତାପସ କୁମାର ସେଠୀ, ବ୍ଲକ ଅଦକ୍ଷା ପଦ୍ମାବତୀ ଜେନା, ବ୍ଲକ ଉପାଦକ୍ଷ ଦିବ୍ୟରଞ୍ଜନ ବରାଳ ଆଲୋଚନା କରିଥିବା ବେଳେ ଆଲୋଚନା ବିଫଳ ହୋଇଛି . କଂଗ୍ରେସ ଦଳର ନାରୀନେତ୍ରୀ ସ୍ୱପ୍ନା ବେହୁରା ଓ କଂଗ୍ରେସ ସେବାଦଳର ପ୍ରମୁଖ ହରିହର ପାଣିଗ୍ରାହୀ ଅନଶନକାରୀ ମହିଳାଙ୍କ ପାଖରେ ପହଞ୍ଚି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ରଶ୍ମୀତା ଭଟ୍ଟାଚାର୍ଯ୍ୟଙ୍କୁ ସମ୍ପାଦିକା ପଦବୀରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *