ବିଭିନ୍ନ ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ୍ ସର୍ଭିସ୍ ଆସୋସିଏସନ୍ ର ଆନ୍ଦୋଳନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଭିନ୍ନ ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ୍ ସର୍ଭିସ୍ ଆସୋସିଏସନ୍ ଆନ୍ଦୋଳନ ଚଳାଇ ଆସୁଛି । ପୂର୍ବରୁ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇବା ସହ ଗତ ୨୮ ତାରିଖରୁ କେବଳ ଔଷଧ ବିତରଣ କାର୍ଯ୍ୟ ଚଳାଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ଔଷଧ ବିତରଣ ଛଡ଼ା ଅନ୍ୟ କୌଣସି କାର୍ଯ୍ୟ କରିବେନି ବୋଲି ପୂର୍ବରୁ ସଂଘ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ସେ ଅନୁଯାୟୀ ଫାର୍ମାସିଷ୍ଟମାନେ କୌଣସି ପ୍ରକାର ତାଲିମ୍ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସୁଦ୍ଧା ମନା କରିଦେଇଛନ୍ତି । ତା’ ସତ୍ତ୍ବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କର ଦାବି ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଚଳିତ ମାସ ୧୭ ତାରିଖଠାରୁ ସାମୂହିକ ଛୁଟିରେ ରହିବା ସହ ଭୁବନେଶ୍ଵରରେ ପ୍ରତିବାଦ କରିବାକୁ ଜିଲ୍ଲା ସଂଘ ପକ୍ଷରୁ ସିଡିଏମ୍ଓଙ୍କୁ ଅବଗତ କରାଯାଇଥିବା ସଂଘ ସଭାପତି ରାଜେନ୍ଦ୍ର ସାହୁ, ଉପସଭାପତି ହରିଶ ଚନ୍ଦ୍ର ପାଲ, ସମ୍ପାଦକ ସଂଜୟ କୁମାର ପ୍ରଧାନ, ଯୁଗ୍ମ ବିଷ୍ଣୁଚରଣ ସାହୁ, କୋଷାଧ୍ୟକ୍ଷ ସୁଚିତ କୁମାର ଗଡ଼ନାୟକ ପ୍ରମୁଖ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *