ଡାକ୍ତରଖାନାରେ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ପାଇଁ ଦାବୀ ଜଣାଇଲେ ଚିନ୍ମୟୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଡାକ୍ତରଖାନାରେ ମେଲ ୱାର୍ଡ, ଫିମେଲ ୱାର୍ଡ ଥାଏ , କିନ୍ତୁ କିନ୍ନରଙ୍କ ପାଇଁ କୌଣସି ୱାର୍ଡ ନଥାଏ । ଅନେକ ସମୟରେ କିନ୍ନର ଟିଏ ରୋଗ ଗ୍ରସ୍ତ ହେଲେ ତାକୁ ରଖିବା ନେଇ ଦ୍ୱନ୍ଦ ଉପୁଜେ । କିନ୍ନର ମାନଙ୍କ ଏଭଳି ସମସ୍ୟା ଦୂର ପାଇଁ ସମାଜସେବୀ ଚିନ୍ମୟୀ ଦାସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ କିମ୍ବା ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏନେଇ ମାନବ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଏକ ସ୍ମାରକ ପତ୍ର ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ସମାଜସେବୀ ଚିନ୍ମୟୀଙ୍କର ଏପରି ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ବହୁ କିନ୍ନର ସଂଗଠନ ।

Leave a Reply

Your email address will not be published. Required fields are marked *