ଠେଙ୍ଗାରେ ପିଟି ମୁଣ୍ଡ ଫଟାଇ ମହିଳା ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନୂଆ ବଡ଼ଦାଣ୍ଡ ସାହିରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଗାଁର ରସାନନ୍ଦ ନାଏକ ଓ ଜଶୋମତି ନାଏକଙ୍କ ପରିବାର ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ଶନିବାର ପାଟିଗୋଳ ହୋଇଥିଲା । ଉଭୟଙ୍କ ମଧ୍ୟରେ ମାଡ଼ପିଟ ପର୍ଯ୍ୟନ୍ତ କଥା ପଳାଇଥିଲା । ତେବେ ଜଶୋମତି ନାଏକ (୩୮) ଏକ ଠେଙ୍ଗାରେ ରସାନନ୍ଦ (୫୮)ଙ୍କ ମୁଣ୍ଡକୁ ପିଟିଥିଲେ । ଫଳରେ ରସାନନ୍ଦ ଗୁରୁତର ଆହତ ହୋଇଥିଲେ । ଏ ନେଈ ରସାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଜଶୋମତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *