ବିଭିନ୍ନ ମେଡ଼ିକାଲ ରେ କାମ କରିବା ପାଇଁ ଅତିରିକ୍ତ ମ୍ୟାନେଜର ପୋଷ୍ଟିଂ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ମେଡ଼ିକାଲ କଲେଜ, ଏମସିଏଚ ରେ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହାୟତା ପାଇଁ ମିଶନ ଡାଇରେକ୍ଟୋରିଏଟ ପକ୍ଷରୁ ହସ୍ପିଟାଲ ମ୍ୟାନେଜର ପୋଷ୍ଟିଙ୍ଗ କରାଯାଇଛି । କିନ୍ତୁ ରାଜ୍ୟ ସରକାରଙ୍କ ବହୁ କଲ୍ୟାଣ ମୂଳକ ସ୍ୱାସ୍ଥ୍ୟ ଯୋଜନାକୁ ଜଣେ ମ୍ୟାନେଜର ସଫଳ ରୂପାୟନ କରିପାରି ନାହାନ୍ତି । କେତେବେଳେ ମ୍ୟାନେଜର ମାନେ ଦୁର୍ନୀତି, ଲାଞ୍ଚ କାରବାରରେ ଜଡ଼ିତ ରହି ସମସ୍ୟା ସୃଷ୍ଟି କରୁଛନ୍ତି ତ ପୁଣି କେତେବେଳେ ବିଭିନ୍ନ ସ୍ୱାସ୍ଥ୍ୟ ସହାୟତା ସାମଗ୍ରୀ ହେରଫେର ର ଅଭିଯୋଗ ଆସୁଛି . ତେବେ କରୋନା ଓ ଓମିକ୍ରନ ବୃଦ୍ଧି କୁ ଦେଖି ସ୍ୱାସ୍ଥ୍ୟ ସେବା କୁ ତ୍ୱରାନ୍ୱିତ କରିବାର ସମୟ ଆସିଛି । ଏହି କାରଣରୁ ରାଜ୍ୟ ସରକାର ସୋମବାର ବିଭିନ୍ନ ମେଡ଼ିକାଲ ରେ କାମ କରିବା ପାଇଁ ଅତିରିକ୍ତ ମ୍ୟାନେଜର ପୋଷ୍ଟିଂ କରିଛନ୍ତି ।ଏହି କ୍ରମରେ ଅନୁଗୁଳ ମେଡ଼ିକାଲ ରେ ସୌମ୍ୟାଶ୍ରି ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି । ଅନେକ ସମୟରେ ବଦନାମ ମୁଣ୍ଡେଇ ଥିବା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ର ସ୍ୱାସ୍ଥ୍ୟ ସେବା ପରିଚାଳନରେ ସୁଧାର ଆସିବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *